Latest Odisha News

BREAKING NEWS

କେନ୍ଦୁଝର: ସାପ କାମୁଡାରେ ଚାଲିଗଲେ ମା-ଝିଅ

କେନ୍ଦୁଝର: ସାପ କାମୁଡ଼ାରେ ଶନିବାର ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ରୁଗୁଡି ସାହିର ସୁଖମଣି ମୁଣ୍ଡା ଓ ତାଙ୍କ ଦୁଇ ବର୍ଷର ଶିଶୁକନ୍ୟା ଶୁକ୍ରବାର ରାତିରେ ଖାଇପିଇ ଘରେ ଶୋଇଥିଲେ।

ସକାଳୁ ଉଠିବା ପରେ ମାଆ ଓ ଝିଅଙ୍କୁ ମୁଣ୍ଡ ବୁଲାଇବା ସହ ଅସୁସ୍ଥ ଅନୁଭବ କରିଥିଲେ। ସୁଖମଣି ତାଙ୍କ ସ୍ୱାମୀ ସୁରେନ ମୁଣ୍ଡାଙ୍କୁ କହିବାରୁ ସେ ଉଭୟଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ଦେହରେ ସାପ କାମୁଡ଼ାର ଚିହ୍ନ ଦେଖିବାକୁ ପାଇଥିଲେ।

ସୁଖମଣି ଓ ତାଙ୍କ ଝିଅର ଅବସ୍ଥା ଦ୍ରୁତ ଗତିରେ ବିଗିଡ଼ିବାରୁ ସୁରେନ ସନ୍ଦେହ କରିଥିଲେ ଯେ, ସେମାନେ ନିଶ୍ଚୟ କୌଣସି ବିଷାକ୍ତ ସାପ କାମୁଡିଥିବେ ଏବଂ ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କ ଝିଅର ମୃତ୍ୟୁ ଘଟିଥିଲା।

ପରିବାର ଲୋକେ ଓ ଗ୍ରାମବାସୀ ସୁଖମଣିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ନୟାକୋଟ ଥାନା ପୁଲିସର ଏକ ଟିମ୍ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି।

Comments are closed.