Latest Odisha News

BREAKING NEWS

ଇଂଲଣ୍ଡ ପାଇଁ ଦିନିକିଆ କ୍ରିକେଟରେ ଇତିହାସ ରଚିଲେ ବେନ ଷ୍ଟୋକ୍ସ

ଲଣ୍ଡନ:ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରେ ଇଂଲଣ୍ଡ ପାଇଁ ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ସେ ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହୋଇଛନ୍ତି । ଷ୍ଟୋକ୍ସ ଏହି ମ୍ୟାଚରେ ୧୫ ଚୌକା ଓ ୯ଛକା ସହାୟତାରେ ୧୮୨ ରନର ଇନିଂସ ଖେଳିଛନ୍ତି । ଦିନିକିଆ କ୍ରିକେଟରେ ଏହା ଇଂଲଣ୍ଡ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ତାଙ୍କ ପୂର୍ବରୁ ଜାସନ ରୟ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୦ ରନ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଷ୍ଟୋକ୍ସଙ୍କ ବିସ୍ଫୋରକ ଶତକ ସହାୟତାରେ ୪୮.୧ ଓଭରରେ ୩୬୮ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଦିନିକିଆ କ୍ରିକେଟରେ ୪ ଦେଶର ୮ଜଣ ଖେଳାଳି ୧୦ ଦ୍ୱିଶତକ ହାସଲ କରିଛନ୍ତି । ଭାରତର ରୋହିତ ଶର୍ମା ସର୍ବାଧିକ ୩ ଥର ଦ୍ୱିଶତକ ହାସଲ କରିଛନ୍ତି । ୨୬୪ ରନର ରେକର୍ଡ ରନ ଏବେ ବି ତାଙ୍କ ନାମରେ ରହିଛି । ତାଙ୍କ ବ୍ୟତୀତ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଶୁଭମନ ଗିଲ ଓ ଈଶାନ କିଶାନ ମଧ୍ୟ ଟିମ ଇଣ୍ଡିଆ ପାଇଁ ୨୦୦ ରନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାକିସ୍ତାନର ଫଖର ଜମାନ, ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଓ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ଦ୍ୱିଶତକ ହାସଲ କରିଛନ୍ତ ।

Comments are closed.