Latest Odisha News

BREAKING NEWS

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ କଂଗ୍ରେସର ବିରୋଧ: ଅତନୁଙ୍କ ବାସଭବନ ଉପରକୁ ଅଣ୍ଡମାଡ

ଭୁବନେଶ୍ୱର:ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ କରି ଗର୍ଜିଲା ଛାତ୍ର କଂଗ୍ରେସ । ପ୍ରତିବାଦରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ  । ବାସଭବନ ଘେରାଉ ସହ ଅଣ୍ଡାମାଡ଼ କଲା  । ଏଥିସହିତ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବା ଦାବି ପାଇଁ କରିଛି ଛାତ୍ର କଂଗ୍ରେସ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି  ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡର ଅନୁଯାୟୀ କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ ଉଲ୍ଲେଖ ‌ହୋଇଛି। ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ଅନୁମେୟ ହୋଇଛି ଯେ ଏଥର ମଧ୍ୟ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ।

ଲଗାତାର ଭାବରେ ଗତ ୬ ବର୍ଷ ହେବ ରାଜ୍ୟର ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି ରାଜ୍ୟ ସରକାର । କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ତେବେ ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିଛନ୍ତି ବିରୋଧୀ ରାଜନୈତିକ ଦଳର ଛାତ୍ର ସଂଗଠନ ।   ଆଜି କ୍ୟାମ୍ପସ ନିର୍ବାଚନ ପାଇଁ ଦାବି କରି ଏବିଭିପି ସାରା ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି। ରାଜରାସ୍ତାକୁ ଓହ୍ଲାଇବା ସହ ଛାତ୍ରସଂସଦ ନିର୍ବାଚନ ପାଇଁ ଆଇନର ଆଶ୍ରୟ ନେବ। ଲଗାତାର ଷଷ୍ଠ ଥର ପାଇଁ ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ଛାତ୍ର ନେତୃତ୍ବ ପ୍ରତି ଥିବା ନିଜର ଭୟକୁ ପ୍ରମାଣିତ କରିଛନ୍ତି ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି।

ସେହିପରି ନାଶନାଲ ଷ୍ଟୁଡେଣ୍ଟ୍ସ ୟୁନିୟନ ଅଫ ଇଣ୍ଡିଆ (NSUI) କାର୍ଯ୍ୟକର୍ତ୍ତାମାନେ ଗତକାଲି ଉଚ୍ଚ ଶିକ୍ଷା ବିଭାଗର ଏହି ଚିଠିକୁ ପୋଡିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିିକି ଏହି ଆଦେଶ ପ୍ରତ୍ୟାହୃତ କରା ନ ଗଲେ ଧାରଣା ଦିଆଯିବ ବୋଲି  NSUI ଚେତାବନୀ ଦେଇଥିଲା ।

Comments are closed.