କୁଞ୍ଜ ବିହାରୀ ସାହୁ
ସବୁଦିନ ରମେଶ ତା ସାଥୀ ସୁରେଶ ସହ ସ୍କୁଲକୁ ଯାଏ । ବାଟରେ ଗପି ଗପି ସ୍କୁଲରେ ପହଞ୍ଚି ଯାଆନ୍ତି । ପ୍ରାର୍ଥନା ସମୟରେ ଧାଡ଼ିରେ ଠିଆ ହୋଇ ଆହେ ଦୟାମୟ ବିଶ୍ୱବିହାରୀ .. ଗୀତ ବୋଲନ୍ତି । ଗୁରୁଜୀ ଗୁରୁମାମାନେ ନିତିଶିକ୍ଷା ଦିଅନ୍ତି ଛୋଟ ଗପଟେ କହି ।
ରମେଶ ଓ ସୁରେଶ ପାଠପଢାବେଳେ ଏକାଠି ବସନ୍ତି । ଶ୍ରେଣୀରେ ଯାହା ପଢାଯାଏ ମନଦେଇ ଶୁଣି ଖାତାରେ ଲେଖିଦିଅନ୍ତି । ପାଠ ବିଷୟରେ ପ୍ରଶ୍ନଟିଏ ପଚାରିଲେ ଠିକ୍ ଠାକ୍ ଉତ୍ତର ଦେଇଦିଅନ୍ତି । ଗୁରୁଜୀ ଗୁରୁମା ଏପରିକି ପ୍ରଧାନ ଆଚାର୍ଯ୍ୟ ଖୁସି ହୋଇ ଗେଲ କରିଦିଅନ୍ତି ।
କେବଳ ଯେ ପାଠପଢାରେ ଦୁହେଁ ପାରଙ୍ଗମ ତା ନୁହେଁ, ଖେଳକୁଦରେ ବି ସବୁଥିରେ ପ୍ରାଇଜ୍ ପାଆନ୍ତି।
ପ୍ରଧାନ ଆଚାର୍ଯ୍ୟ ରମେଶକୁ ପଚାରିଲେ – ତୁ ବଡ଼ ହୋଇ କଅଣ କରିବୁ । ରମେଶ କହିଲା – ଶିକ୍ଷକ ହେବି । ଆପଣଙ୍କ ଭଳି ପିଲାମାନଙ୍କୁ ପଢ଼େଇବି । ନୀତିଶିକ୍ଷା ଦେବି। ଗପ, କବିତା ଶୁଣେଇବି । ଗୁରୁଜୀ ହିଁ ଶ୍ରେଣୀରେ ଦ୍ୱିତୀୟ ଗୁରୁ । ସେମାନଙ୍କ ଭଲ ପଢାଇବା ଯୋଗୁଁ ପିଲାମାନେ ଭଲ ମଣିଷ ହୋଇପାରନ୍ତି । ଉତ୍ତମ ଶିକ୍ଷା ପିଲାଙ୍କୁ ବାଟ ଦେଖାଏ ।
ସାବାସ୍ ରମେଶ,ତୁ ମନଦେଇ ପାଠ ପଢ । ଦିନେ ନା ଦିନେ ଭଲ ଶିକ୍ଷକ ହୋଇ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କଠୁ ପୁରସ୍କାର ପାଇବୁ ।
ରମେଶ ପ୍ରଧାନ ଆଚାର୍ଯ୍ୟଙ୍କୁ ମୁଣ୍ଡିଆ ମାରିଲା ।
ପ୍ରଧାନ ଆଚାର୍ଯ୍ୟ ସୁରେଶକୁ ସେଇ କଥା ପଚାରୁ ପଚାରୁ ଧୀର ଗଳାରେ କହିଦେଲା – ସାର୍ ମୁଁ ରୋଗୀ ସେବା କରିବାକୁ ପସନ୍ଦ କରେ । ପାଠ ପଢି ଡାକ୍ତର ଖାନାରେ ରୋଗୀମାନଙ୍କର ସେବା କରିବି। ମୋ ଦେହ ଖରାପ ଥିଲେ ମୋ ବାପ ବୋଉ ପାଖରେ ବସି ଗୋଡ଼ହାତ ମୁଣ୍ଡ ଘଷିଦିଅନ୍ତି । ମେଡିସିନ ଖୁଆଇ ଦିଅନ୍ତି । ରାତିଦିନ ଜଗିଥା ଆନ୍ତି । ସେମାନଙ୍କର ସେବା ଯୋଗଁ ରୋଗ ଭଲହେଇଯାଏ । ଏ କାମ କରିବାକୁ ମୋର ବହୁତ ଇଛା, ବାପା ବୋଉଠୁ ଜାଣିଛି । ବିପଦ-ଆପଦରେ ମଣିଷର ସେବା କଲେ ଠାକୁର ଆଶୀର୍ବାଦ ଦିଅନ୍ତି । ରୋଗୀମାନଙ୍କ ପାଖରେ ରହି ତାଙ୍କୁ ଭଲ ଭଲ କଥା କହି ସେବା କଲେ ରୋଗ ଅଧା ଭଲ ହେଇଯାଏ । ଜଣେ ସୁସ୍ଥ ରହିଲେ ସିନା ପାଠ ପଢିବ, ଦେଶ ସେବା କରିବ । ରୋଗୀ ସେବା ଏକ ମହତ କାମ ।
ପ୍ରଧାନ ଆଚାର୍ଯ୍ୟ ସୁରେଶର ମୁଣ୍ଡକୁ ଆଉଁଷିଦେଇ କହିଲେ – ତୁ ମନଦେଇ ପାଠପଢ । ତୁ ଯାହା ଚାହୁଁଛୁ, ବଡ଼ ହୋଇ ତାହା କରିବୁ। ସଭିଙ୍କର ମନ ଜିଣି ନାଁ ରଖିବୁ ।
ରମେଶ ଓ ସୁରେଶକୁ ପ୍ରଧାନ ଆଚାର୍ଯ୍ୟ ଗୁରୁଦିବସରେ ପୁରସ୍କାର ଦେଲେ । ଆଶୀର୍ବାଦ ଦେଇ କହିଲେ – ତୁମେ ଦୁହେଁ ଆମ ସ୍କୁଲର ଗର୍ବ ଓ ଗୈାରବ ।
ରମେଶ ଓ ସୁରେଶ ଦୁଇ ସାଙ୍ଗ ପ୍ରଧାନ ଆଚାର୍ଯ୍ୟଙ୍କ ଆଶୀର୍ବାଦକୁ ଗ୍ରହଣକଲେ ।
ଭୁବନେଶ୍ବର
୭୦୦୮୧ ୪୨୦୪୦
Comments are closed.