Latest Odisha News

BREAKING NEWS

ଓଜନ ହ୍ରାସ କରେ ଅମୃତଭଣ୍ଡା

ଦିଲ୍ଲୀ: ଆଜିକାଲି ସମୟରେ ଓଜନ ବୃଦ୍ଧି ଏବଂ ମେଦ ବହୁଳତା ଏକ ମୁଖ୍ୟ ସମସ୍ୟା ପାଲଟିଛି  । ଓଜନ ହ୍ରାସ କରିବାକୁ କିଏ ଜିମ୍ ଯାଉଛନ୍ତି ତ ଆଉ କେତେଜଣ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ ଆଉ କେହି କେହି ବ୍ୟାୟମ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ କରିବାରେ ଅମୃତ ଭଣ୍ଡା କିପରି ସହାୟକ ହୁଏ  ।

ଅମୃତଭଣ୍ଡାରେ ଅନେକ ପୋଷକ ତତ୍ତ୍ବ ରହିଥାଏ  । ଯାହା ଓଜନ ହ୍ରାସ କରିବାରେ ବେଶ୍ ସହାୟକ ହୁଏ  । ଏଥିରେ ଅଧିକ ଫାଇବର ଏବଂ ବହୁତ୍ କମ୍ କ୍ୟାଲୋରୀ ରହିଥାଏ  । ଏହି କାରଣରୁ ଏହା ଚର୍ବି ହ୍ରାସ କରିବାରେ ସାହାର୍ଯ୍ୟ କରେ  । ଅମୃତଭଣ୍ଡାକୁ ଆପଣମାନେ ବ୍ରେକଫାଷ୍ଟରେ ମଧ୍ୟ ସାମିଲ କରିପାରିବେ ।  ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣମାନେ ଅମୃତଭଣ୍ଡା ଜୁସ୍ ପିଇପାରିବେ ।

ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର ଚର୍ବିକୁ ହ୍ରାସ କରିଥାଏ  । ଅମୃତଭଣ୍ଡା  ହଜମ ପ୍ରକ୍ରିୟାକୁ ମଧ୍ୟ ଠିକ୍ କରିଥାଏ  । ଯଦି ଆପଣ ଜଳଖିଆ ପାଇଁ କିଛି ଭାରି ଖାଦ୍ୟ ଖାଇବାକୁ ଚାହୁଁଛନ୍ତି , ତେବେ କ୍ଷୀର ଏବଂ ଅମୃତଭଣ୍ଡାକୁ ଖାଇପାରିବେ । ଏଥିରେ ଆପଣ କିଛି ଶୁଖିଲା ଫଳ ଏବଂ ବାଦାମ ମଧ୍ୟ ମିଶାଇ ପାରିବେ । ଯାହା ଫଳରେ କି ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ । ଫଳରେ ଓଜନ ହ୍ରାସ ହୁଏ  ।  ଏଥିରେ ଆପଣମାନେ ଦହି ମଧ୍ୟ ମିଶାଇ ଖାଇପାରିବେ ।

Comments are closed.