Latest Odisha News

‘ଗଣପଥ’ର ଫାଷ୍ଟ ଲୁକ ରିଲିଜ, ଆକ୍ସନ ଅବତାରରେ ନଜର ଆସିବେ ଟାଇଗର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ତାଙ୍କ ଆଗାମୀ ଫିଲ୍ମ ‘ଗଣପଥ: ଏ ହିରୋ ଇଜ ବର୍ନ’କୁ ନେଇ ଖୁବ୍ ବ୍ୟସ୍ତ । ଖୁବଶୀଘ୍ର ସେ ତାଙ୍କର ଯାଦୁ ଦେଖାଇବାକୁ ଆସୁଛନ୍ତି । ନିକଟରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି । ଟାଇଗର ନିଜେ ସୋସିଆଲ ମିଡ଼ିଆରେ ଫିଲ୍ମର ଫାଷ୍ଟ ଲୁକ ସେୟାର କରିଛନ୍ତି । ଏଥିରେ ଟାଇଗରଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ କ୍ରିତି ସାନନ । ଗଣେଶ ଚତୁର୍ଥୀ ଅବସରରେ ଫିଲ୍ମର ନିର୍ମାତାମାନେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟର ସେୟାର କରିବା ସହ ଟାଇଗର ଶ୍ରଫଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି । ଏହି ଫିଲ୍ମ ଆସନ୍ତା ଅକ୍ଟୋବର ୨୦ରେ ରିଲିଜ୍ ହେବ ।

ଏହା ଏକ ଆକ୍ସନ ସ୍ପୋର୍ଟସ ଫିଲ୍ମ । ଏଥିରେ ଆକ୍ସନ ଅବତାରରେ ନଜର ଆସିବେ ଟାଇଗର । ଫିଲ୍ମରେ ଟାଇଗର ଶ୍ରଫ, କ୍ରିତି ସାନନ, ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହାର ନିର୍ଦ୍ଦେଶନା ବିକାଶ ବହଲ ଦେଇଛନ୍ତି । ଫିଲ୍ମ ନିର୍ମାତା ଭାସୁ ଭାଗନାନି, ବିକାଶ ବହଲ, ଦୀପଶିଖା ଦେଶମୁଖ, ଜ୍ୟାକି ଭାଗନାନି ଅଛନ୍ତି । ଭବିଷ୍ୟତରେ, ସହରକୁ ଭୟଭୀତ କରିଥିବା ଏକ ଶକ୍ତିଶାଳୀ ଅପରାଧିକ ସାମ୍ରାଜ୍ୟକୁ ଭାଙ୍ଗିବା ପାଇଁ ଗଣପତ ମିଶନ ଆରମ୍ଭ କରିଥିବାର ଦେଖିବାକୁ ମିଳିବ । ଶେଷରେ ଗରିବଙ୍କ ଆଶାର ସାହାରା ପାଲଟି ଯାଇଛନ୍ତି । ଫିଲ୍ମର ବଜେଟ ୧୫୦ କୋଟି ଟଙ୍କା ରହିଛି ।

 

Comments are closed.