ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ବର୍ଣ୍ଣନା ସରିଲା। ଏବେ ଜାଣିବା ପ୍ରଭୁଙ୍କର ଭକ୍ତ ଓ ସେବକଙ୍କ କଥା। ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ନିଜ ପାଇଁ ରୀତିନୀତି କରିନାହାନ୍ତି। ବିଶେଷ ଭାବରେ ନିଜ ସେବକଙ୍କ ପାଇଁ ସମସ୍ତ ରୀତିନୀତିର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରୁ ସରୁ ମନେ ପଡନ୍ତି ପକ୍ଷୀରାଜ ଗରୁଡ଼ଙ୍କ କଥା। ମହାପ୍ରଭୁଙ୍କ ଆଜ୍ଞାକୁ ସର୍ବଦା ଅପେକ୍ଷା କରି ରତ୍ନ ସିଂହାସନ ସମ୍ମୁଖରେ ବିରାଜିତ ଗରୁଡ଼ଙ୍କୁ ସ୍ନାନ ବିଧି ପାଇଁ ପୁଷ୍ପାଞ୍ଜଳି ଦେଇ ପାର୍ଥନା କାରାଯାଏ।
“ବୈନତେୟ ନମସ୍ତୁଭ୍ୟଂ ନମସ୍ତେ କାଶ୍ୟପlତ୍ମଜ, ବିଷ୍ଣୁବାହ ନମସ୍ତେଅସ୍ତୁ ପକ୍ଷୀରାଜ ନମୋସ୍ତୁତେ ।”
ଏଭଳି ପାର୍ଥନା କରିବା ପରେ ପୂଜକ ଗରୁଡ଼ଙ୍କ ସର୍ବାଙ୍ଗରେ ଚୁଆ ଲାଗି କରିବେ, ଦହି ଲାଗି କରିବେ ଏବଂ ଚନ୍ଦନ କର୍ପୁର ମିଶ୍ରିତ ସୁବାସିତ ଜଳରେ ଶ୍ରୀଗରୁଡ଼ଙ୍କ ସ୍ନାନ କରିବେ।
ସ୍ନାନ ପରେ ସୁକ୍ଷ୍ମ ବସ୍ତ୍ରରେ ଗରୁଡ଼ଙ୍କ।ସର୍ବାଙ୍ଗ ପୋଛି ଦେବେ। ଭବ୍ୟ ବସ୍ତ୍ର ପରିଧାନ କରାଇବେ। ପୁଷ୍ପାକ୍ଷତ ଦେଇ ସୂବେଶ କରାଇ ଶ୍ରୀଗରୁଡ଼ଙ୍କୁ ଶ୍ରୀଜୀଉମାନଙ୍କ ପରି ସୁଶୋଭନ କରାଇବେ। ତତ୍ପରେ ଗୋଟିଏ ଦୀପ ପ୍ରଜ୍ବଳନ କରି ଶ୍ରୀଗରୁଡ଼ଙ୍କ ଆଳତି କରିବେ। ଆଳତି ମନ୍ତ୍ରଟି ଉଚ୍ଚାରଣ କରିବେ।
“ଓଁ ପକ୍ଷୀରାଜାୟ ଗରୁଡ଼lୟ ଦୀପଂ ସ୍ୱାହା ।”
ଠିକ ଶ୍ରୀଜୀଉମାନଙ୍କ ନୀତି ପରି ବାହାନଙ୍କ ମଧ୍ୟ ସମସ୍ତ ନୀତି ହେବ। କିନ୍ତୁ ଶ୍ରୀଜୀଉମାନଙ୍କ ଭୋଜନ ପୂର୍ବରୁ ପୂଜକମାନେ ଶ୍ରୀଗରୁଡ଼ଙ୍କ ପୂଜାବିଧି ସମ୍ପାଦନ କରିବେ। ଆଗାମୀ ଅଧ୍ୟାୟରେ ଜାଣିବା ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।
ବୁଦ୍ଧି ବିଚାରେ ଯାହା କରି
ଭୁଞ୍ଜଇ ସେ ଫଳ ଆବୋରି।
ଆୟୁଷ ଯଶ ବଳ ଧର୍ମ
ଲୋକ ଆଶୀଷ ଶୁଭ କର୍ମ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.