Latest Odisha News

ଟି୨୦ ବିଶ୍ୱକପ ୨୦୨୪: ଆମେରିକାର ଭେନ୍ୟୁ ଘୋଷଣା କଲା ଆଇସିସି

ଦୁବାଇ: ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏହା ପରେ ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଟି୨୦ ବିଶ୍ୱକପ ଆୟୋଜନ କରିବେ । ପ୍ରଥମ ଥର ପାଇଁ ଆମେରିକାରେ ବିଶ୍ୱକପ ଖେଳାଯିବ । ଏଥିପାଇଁ ଆଇସିସି ଏହାର ୩ଟି ଭେନ୍ୟୁ ଘୋଷଣା କରିଛି । ଡଲାସ, ଫ୍ଲୋରିଡା ଓ ନ୍ୟୁୟର୍କରେ ମ୍ୟାଚଗୁଡିକ ଆୟୋଜିତ ହେବ । ଡଲାରେ ଗ୍ରେଣ୍ଡ ପ୍ରେୟରୀ, ଫ୍ଲୋରିଡାରେ ବ୍ରାବୋର୍ଣ୍ଣ କାଂଉଟି ଓ ନ୍ୟୁୟର୍କରେ ନାସାଉ କାଂଉଟି ଏହି ମ୍ୟାଚ ଆୟୋଜନ କରିବା ସହ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିବେ । ଏହାକୁ ଆଖି ଆଗରେ ରଖି ଆଇସିସି ଏହି ଯୋଜନା ପ୍ରସ୍ତୁତ କରିଛି ।

ଆମେରିକା ପକ୍ଷରୁ ମଧ୍ୟ ଭଲ ଷ୍ଟାଡିୟମ ପ୍ରସ୍ତୁତ କରାଯିବା ନେଇ ଆଶ୍ୱାସନା ଦିଆଯାଇଛି । ୱେଷ୍ଟଇଣ୍ଡିଜର କେଉଁ ସ୍ଥାନରେ ମ୍ୟାଚ ହେବ ତାହା ଘୋଷଣା କରାଯାଇ ନାହିଁ । ଆମେରିକା ସମସ୍ତ କ୍ରୀଡାର ମୂଖ୍ୟ କେନ୍ଦ୍ର ହୋଇଥିଲେ ମଧ୍ୟ କ୍ରିକେଟ ଏବେ ବି ଏଠାରେ ଏତେଟା ଲୋକପ୍ରିୟ ହୋଇପାରିନି । କ୍ରିକେଟକୁ ଆମେରିକାରେ ଲୋକପ୍ରିୟତା କରାଇପାରିଲେ ଆଗାମୀ ଦିନରେ ଏହା ଅନ୍ୟ ଦେଶକୁ ପ୍ରଭାବିତ କରିବ ।

Comments are closed.