Latest Odisha News

BREAKING NEWS

ଅସିତ୍ ମହାନ୍ତି ପାଇବେ ‘ଷଷ୍ଠ ଗଣେଶ ପରିଜା ସମ୍ମାନ’

ଭୁବନେଶ୍ୱର : ଶାରଳା ସ୍ମାରକ ପକ୍ଷରୁ ବିଶିଷ୍ଟ ଲେଖକ ତଥା ଗବେଷକ ଗଣେଶ ପ୍ରସାଦ ପରିଜାଙ୍କ ୨୪ତମ ସ୍ମୃତି ଦିବସ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଅବସରରେ ସଙ୍ଘମିତ୍ରା ମିଶ୍ର ‘ସଂସ୍କୃତି ଓ ସମ୍ପୃକ୍ତି’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ଏବଂ

ଶାରଳା ସ୍ମାରକର କାର୍ଯ୍ୟକାରୀ ସଭାପତି ନିମାଇଁ ଚରଣ ପରିଜାଙ୍କ ସଭାପତିତ୍ୱରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଅସିତ୍ ମହାନ୍ତିଙ୍କୁ ‘ଷଷ୍ଠ ଗଣେଶ ପରିଜା ସମ୍ମାନ’ ପ୍ରଦାନ କରାଯିବ ବୋଲି କାର୍ଯ୍ୟକ୍ରମର ସଂଯୋଜକ ତଥା ଭାଷାତତତ୍ତ୍ୱବିତ୍ ଦେବାଶିଷ ମହାପାତ୍ର, ସଂଯୋଜକ ଶତ୍ରଜିତ୍, ଅପୂର୍ବ କୁମାର ମହାନ୍ତି, ବିଜୟ କୁମାର ମହାନ୍ତି ପ୍ରମୁଖ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Comments are closed.