ନୂଆଦିଲ୍ଲୀ : ମସରୁମ୍ ଖାଇବାକୁ କିଏ ବା ନ ଭଲ ପାଆନ୍ତି । କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତି କି , ଆସନ୍ତୁ ଜାଣିବା । ମସରୁମ୍ ହେଉଛି ଏପରି ଏକ ଖାଦ୍ୟ ଯେଉଁଥିରେ କ୍ୟାଲୋରୀ କମ୍ ଥାଏ । ଏବଂ ଏଥିରେ ଅନେକ ପ୍ରୋଟିନ୍ ଫାଇବର ମିଳିଥାଏ । ଏହା ବ୍ୟତୀତ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଯାହା କର୍କଟ , ଡାଇବେଟିସ୍ ଭଳି ରୋଗର ଆଶଙ୍କାକୁ କମ୍ କରିଥାଏ ।
ଏଥିରେ ସେଲେନିୟମ୍ , ତମ୍ବା, ଥିଏମାଇନ୍ , ଫସଫରସ୍ , ଜିଙ୍କୁ ଆଦି ପ୍ରଚୁର ପରିମାଣରେ ଥାଏ । କେବଳ ଏତିକି ନୁହେଁ ଭିଟାମିନ୍ ଡି ଏବଂ ମିନେରାଲ୍ସ ମଧ୍ୟ ରହିଥାଏ । ଯାହା ଆମ ହାଡ ମଜବୁତ୍ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଆପଣ ବ୍ଲଡ ପ୍ରେସର ରୋଗୀ , ତେବେ ମସରୁମ୍ ଖାଇବା ସ୍ବାସ୍ଥ୍ୟପକ୍ଷେ ଭଲ । ଏଥିରେ ଥିବା ପୋଟାସିୟମ ରକ୍ତଚାପ ହ୍ରାସ କରେ । ଏଥିରେ କମ୍ ସୋଡିୟମ୍ ଥାଏ । ତେଣୁ ଏହା ରକ୍ତଚାପ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ । ଏହା ଓଜନ ହ୍ରାସରେ ମଧ୍ୟ ସହାୟକ ହୁଏ ।
Comments are closed.