Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିରରେ ଆଜି ପାଳନ ହେଉଛି ନବବର୍ଷ

ଭୁବନେଶ୍ବର: ପବିତ୍ର କନ୍ୟା ସଂକ୍ରାନ୍ତି ଅବସରରେ ମଙ୍ଗଳବାରଠାରୁ ପ୍ରଭୁ ଲିଙ୍ଗରାଜଙ୍କର ନବବର୍ଷ ଆରମ୍ଭ ହୋଇଛି ।

ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ଓ ଅବକାଶ ପରେ ପ୍ରଭୁ ଲିଙ୍ଗରାଜଙ୍କୁ ନବବସ୍ତ୍ର ପରିଧାନ କରାଯାଇଥିଲା। ଏହି ଅବସରରେ ଆଜି ମହାଦେବଙ୍କୁ ରୁପା ଥାଳିରେ ପ୍ରସାଦ ଅର୍ପଣ କରାଯାଇଥିଲା ।

ସାହାଣମେଳା ସମୟରେ, ସମଠା ସେବାୟତମାନେ ଲିଙ୍ଗରାଜ ମନ୍ଦିରର ଶୀର୍ଷରେ ଏକ ପତାକା ଲଗାଇବେ ଏବଂ ଏହାପରେ ମନ୍ଦିର ପ୍ରଶାସନ ଏକ ଶୋଭାଯାତ୍ରାର ଆୟୋଜନ ମଧ୍ୟ କରିବେ ।

ମିଳିଥିବା ସୂଚନାଅନୁସାରେ, ପୂଜାପଣ୍ଡା ସେବାୟତ ମାନେ ପଞ୍ଚବକ୍ର ଦେବଙ୍କା ସହ ମେଘଡମରୁ ଠାରେ ପହଞ୍ଚିବା ପରେ ଯାଇଁ ପହଡ଼ ନୀତି ଅନୁଷ୍ଠିତ ହେବ ।

Comments are closed.