Latest Odisha News

BREAKING NEWS

ଛଅ ବର୍ଷର ବିସ୍ମୟ ବାଳକ ବିରଜାଶଙ୍କର, ଅନର୍ଗଳ ଗାଉଛନ୍ତି ଭାଗବତ

ଯାଜପୁର: ନାମ ବିରଜାଶଙ୍କର ପାଢ଼ୀ, ବୟସ ୬ ବର୍ଷ । ମାତ୍ର ଚମତ୍କାର ତାର ପ୍ରତିଭା । ଶ୍ରୀମଦ୍‌ ଓଡିଆ ଭାଗବତକୁ ଅନର୍ଗଳ ପାଠ କରୁଛନ୍ତି ଏହି ୬ ବର୍ଷର ବିସ୍ମୟ ବାଳକ ।

ମାତ୍ର ଛଅ ବର୍ଷ ବୟସର ଏହି ଛୋଟ ପିଲାଟି ମୁଖସ୍ଥ କରିପାରିଛି ଭାଗବତକୁ । ଠିକ ସେ କଥା କହି ପାରୁନଥିଲେ ମଧ୍ୟ ଭାଗବତର ପଙ୍କ୍ତି ପରେ ପଙ୍କ୍ତି ଗାଇବା ଯେମିତି ତାର ବାମ ହାତର ଖେଳ । ମହାମହା ପଣ୍ଡିତ, ଜ୍ଞାନି ଗୁଣିଙ୍କୁ ଯାହା କରିବାକୁ ଅନେକ ବର୍ଷର ସାଧନା ଆବଶ୍ୟକ ପଡିଥାଏ, ତାହା ଏହି କୁନି ପିଲାଟି ଯେପରି ମାଆ ପେଟରୁ ଶିଖିକି ଆସିଛି ।
କୁହାଯାଏ, ଦୃଢ ଇଛାଶକ୍ତି ଆଗରେ ସବୁ କିଛି ହର ମାନିଥାଏ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଏହି ଛଅ ବର୍ଷର ବାଳକ ।

ବିରାଜଙ୍କ ଆଇ ଗୀତା, ଭାଗବତ ଓ ପୌରାଣିକ ପୁସ୍ତକ ମାନ ପଢ଼ି ସବୁଆଡେ ସମ୍ବର୍ଦ୍ଧିତ ହେଉଥିବା ବେଳେ ଆଈଙ୍କ ସହ
ଉପସ୍ଥିତ ରହୁଥିବା ବିରଜା ତାଙ୍କଠାରୁ ପ୍ରେରଣା ପାଉଥିଲା । କିଭଳି ଆଈଙ୍କ ଭଳି ଗୀତା ଭାଗବତ ପାଠ କରି ସବୁଠି ସମ୍ବର୍ଦ୍ଧିତ ହେବ ସେଥିପାଇଁ ସେ ନିଜର ଖେଳିବା ବୁଲିବା ବୟସରେ ଭାଗବତ ପଢ଼ିବାରେ ସମୟ ଅତିବାହିତ କଲା ।

କିଛିଦିନର ପ୍ରୟାସରେ ବିରଜା ଶଙ୍କର ଭାଗବତକୁ ଅନର୍ଗଳ ପାଠକରିବାରେ ସକ୍ଷମ ହେବା ସହ ସମସ୍ତଙ୍କ ପାଖରେ ଅତି ପ୍ରିୟ ହୋଇପାରିଛନ୍ତି ବିରଜା ଶଙ୍କର ।

ଯାଜପୁର ବ୍ରହ୍ମବରଦା ନିକଟସ୍ଥ ବାଘସାହି ଗ୍ରାମରେ ବିରାଜଙ୍କ ଘର । ପିତା ଅଶୋକ କୁମାର ପାଢ଼ୀ ଓ ମାତା ମନୋଜ ମଞ୍ଜରୀ ପାଢ଼ୀଙ୍କର ଜେଷ୍ଠ ପୁତ୍ର ହେଉଛନ୍ତି ବିରଜା ଶଙ୍କର ପାଢ଼ୀ । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କବୀରପୁର ରେ ପ୍ରଥମ ଶ୍ରେଣୀରେ ପଠା ପଢ଼ନ୍ତି ବିରଜା ।

ମା ତାଙ୍କର ଜନ୍ମରୁ ମୁକ ଓ ବଧିର, ବାପା ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଅର୍ଥ ଅଭାବରୁ ସେ ତାଙ୍କ ମାମୁଁ ଘର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଙ୍ଗରାଜପୁର ରେ ରହି ପାଠ ପଢ଼ନ୍ତି । ତାଙ୍କର ଆଇଙ୍କ ପ୍ରେରଣାରେ ବିରଜା ଶଙ୍କର ଭାଗବତ ପଢ଼ନ୍ତି । ଠିକ ଭାବରେ ପଢି ପାରୁ ନଥିଲେ ମଧ୍ୟ କିନ୍ତୁ ତାଙ୍କ ଆଇଙ୍କ ପାଖରେ ବସି, ଆଇ ଭାଗବତ ପଢିଲା ବେଳେ ଶୁଣି ଶୁଣି ଭାଗବତ ମନେ ରଖିଛନ୍ତି ।

ଖାଲି ଭାଗବତ ନୁହେଁ ଶ୍ରୀମଦ ଭାଗବତ ଗୀତା ମଧ୍ୟ ଶୁଣି ଶୁଣି ଗାଇ ପାରନ୍ତି ବିରଜା। ବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ, ପ୍ରତିଦିନ ବିଦ୍ୟାଳୟର ପ୍ରାଥନା ସଭାରେ ସେ ଭାଗବତ ପାଠ କରନ୍ତି ।

Leave A Reply

Your email address will not be published.