Latest Odisha News

BREAKING NEWS

ବିଶ୍ୱ ପ୍ରସିଦ୍ଧ ବଳିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଶ୍ୱ ପ୍ରଶିଦ୍ଧ ବଳିଯାତ୍ରା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବଳିଯାତ୍ରାରେ କାର୍ଯ୍ୟ କରୁଥିବା ସେବାୟତ, ପୂଜକ, ପୋଲିସ ପ୍ରସାଶନ ଓ ବିଭିନ୍ନ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।

ଦେବୋତ୍ତର ଅଧିକାରୀ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଗତ ବର୍ଷର ବଳିଯାତ୍ରା ଖର୍ଚ୍ଚ ତାଲିକା ପ୍ରଦାନ କରିବା ସହିତ ଚଳିତ ବର୍ଷର ଖର୍ଚ୍ଚ ଉପରେ ଆଲୋଚନା କରିଥିଲେ। ପରେ ଚଳିତ ବର୍ଷ ହେବାକୁ ଥିବା ବଳିଯାତ୍ରାରେ ସମସ୍ତ ସେବକ, ପୂଜକ ଓ ଆନୁଷ୍ଠାନ ଗୁଡିକ ପୂର୍ବପରି ସହଯୋଗର ହାତ ବଢାଇବାକୁ ନିବେଦନ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗର ସରକାରୀ ଆଧିକାରୀମାନେ ଯୋଗ ଦେଇଥିଲେ।

Comments are closed.