ଭୁବନେଶ୍ୱର: ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା ।
Air-to-Air missile Astra successfully flight tested from Su-30 MKIhttps://t.co/okTopB4TBv pic.twitter.com/Ep9xXaVfeG
— DRDO (@DRDO_India) September 17, 2019
ଆକାଶମାର୍ଗରେ ଏହା ସଫଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ଆକାଶରୁ ଆକାଶକୁ ଗତିଶୀଳ ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ରର କ୍ଷମତା ପ୍ରଦର୍ଶିତ ହୋଇଥିଲା । ଉପଯୁକ୍ତ ପ୍ରକ୍ରିୟାରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବା ସହ ବିଭିନ୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଙ୍ଗ ସିଷ୍ଟମ (ଇଓଟିଏସ) ଓ ସେନ୍ସର ମାଧ୍ୟମରେ ଏହା ଲକ୍ଷ୍ୟ ଭେଦ କରିଥିବା ନେଇ ନିଶ୍ଚିତ କରାଯାଇଥିଲା ।
Congratulations !!! Sukhoi Su-30MKI fighter aircraft of Indian Air Force successfully test-fired the indigenous Beyond Visual Range Air-to-Air Astra missile with a range of over 70 kilometers, 16 Sep 19.https://t.co/SFA6DqKGZO pic.twitter.com/UKDdCvf2lR
— Indian Air Force (@IAF_MCC) September 17, 2019
ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଡିଆରଡିଓ ଓ ବାୟୁସେନା ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
Comments are closed.