Latest Odisha News

BREAKING NEWS

ଅଭୁଲା ଗୀତ : କଳିଯୁଗ କୃଷ୍ଣ ମୁହିଁ

ଗାୟନ : ଅକ୍ଷୟ ମହାନ୍ତି
ସଙ୍ଗୀତ : ଶ୍ରୀକୁମାର
ଗୀତ : ସ୍ୱରୂପ ନନ୍ଦନ ନାୟକ
ଚଳଚ୍ଚିତ୍ର : ସ୍ତ୍ରୀ, ୧୯୬୯

BjdElectrycity

କଳିଯୁଗ କୃଷ୍ଣ ମୁହିଁ
କଳିଯୁଗ କୃଷ୍ଣ ମୁହିଁ
ତୁ ମୋ ହିରୋଇନ୍‌
ଲୋ ରାଧା ତୁ ମୋ ହିରୋଇନ୍‌
ହେ ରାଧା ତୁ ମୋ ହିରୋଇନ୍‌
ତୋହରି ପାଇଁ କଲିଜା ମୋର
ହେଲା ଲୋ ଏକ ଦୁଇ ତିନ୍‌
ଧିନା ଧିନ୍ ତାକ୍ ଧିନା ଧିନ୍‌
ଧିନା ଧିନ୍ ତାକ୍ ଧିନା ଧିନ୍‌
ଧିନା ଧିନ୍ ତାକ୍ ଧିନା ଧିନ୍‌
ଧିନା ଧିନ୍ ତାକ୍ ଧିନା ଧିନ୍‌

ସମ୍ବଲପୁରୀ ଶାଢ଼ି ଦେବି ଲୋ
ବରହମପୁରୀ ପାଟ
ତାରକସି ଝୁମୁକା ଦେବି
ଝୁମୁକା ହଁ ଝୁମୁକା
ତାରକସି ଝୁମୁକା ଦେବି
ନେଇଯିବି ତୋତେ କଟକ ଲୋ
ନେଇଯିବି ତୋତେ କଟକ
ଝୁମୁକା ନାଇବୁ ପିନ୍ଧିବୁ ପାଟ
ପାଟ ପିନ୍ଧି ତୁ ଲୋ କରିବୁ ନାଟ
ଧିନା ଧିନ୍ ତାକ୍ ଧିନା ଧିନ୍‌
ଧିନା ଧିନ୍ ତାକ୍ ଧିନା ଧିନ୍‌

ବାଲେଶ୍ୱରର ଗଜା ଦେବି ଲୋ
ଭୋବନିଶ୍ୱର କୋରା
ବାରିପଦା ଗରମ ମୁଢ଼ି
ଗରମ ହଁ ଗରମ
ବାରିପଦା ଗରମ ମୁଢ଼ି ଲୋ
ଢେଙ୍କାନାଳ ବରା
ବାରିପଦା ଗରମ ମୁଢ଼ି
ଢେଙ୍କାନାଳ ବରା
କୋରା ଗଜା ଖାଇବୁ ଖାଇବୁ ବରା
ଖାଉ ଖାଉ ନାଚିଯିବୁ ପିନ୍ଧି ଘାଘରା
ଧିନା ଧିନ୍ ତାକ୍ ଧିନା ଧିନ୍‌
ଧିନା ଧିନ୍ ତାକ୍ ଧିନା ଧିନ୍‌
ଧିନା ଧିନ୍ ତାକ୍ ଧିନା ଧିନ୍‌

କଳିଯୁଗ କୃଷ୍ଣ ମୁହିଁ
ତୁ ମୋ ହିରୋଇନ୍‌
ଲୋ ରାଧା ତୁ ମୋ ହିରୋଇନ୍‌
ତୋହରି ପାଇଁ କଲିଜା ମୋର
ହେଲାଲୋ ଏକ ଦୁଇ ତିନ୍ ଣ୍ଟ୪

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.