ଭୁବନେଶ୍ୱର: ରାଜ୍ୟର ୨୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ଆଇଏମଡି । ଟୁଇନ ସିଟିକୁ ମିଶାଇ ରାଜ୍ୟର ୨୬ ଜିଲ୍ଲା ପାଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମଙ୍ଗଳବାର ସନ୍ଧ୍ୟା ୭ଟା ୧୫ ଯାଏ ଏହି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପାଣିପାଗ ସୂଚନା ଅନୁସାରେ, ଏହି ସମୟ ମଧ୍ୟରେ ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ରାୟଗଡା, ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା, ନୟାଗଡ, ଗଞ୍ଜାମ, ଭଦ୍ରକ, ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କନ୍ଧାମାଳ, ମୟୂରଭଞ୍ଜ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଘଡଘଡି ବିଜୁଳି ବି ମାରିପାରେ ବୋଲି କହିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।
ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପାଗକୁ ଦେଖି ଘରୁ ବାହାରିବାକୁ କୁହାଯାଇଛି ।
Comments are closed.