Latest Odisha News

BREAKING NEWS

ରାଣୀ ଏଲିଜାବେଥ ୨ୟଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ଭାରତୀୟ ଯୁବକ: ମିଳିଲା ୯ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ମହାରାଣୀ ଏଲିଜାବେଥ (୨ୟ)ଙ୍କ ହତ୍ୟା ଷଡଯନ୍ତ୍ର ରଚିବା ଅଭିଯୋଗରେ  ଭାରତୀୟ ମୂଳ ଜଣେ ବ୍ୟକ୍ତିଙ୍କୁ ବ୍ରିଟେନ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତାଙ୍କୁ ୨୦୨୧ କ୍ରିସମାସ ଦିନ ୱିଣ୍ଡସର କେସଲରୁ  ଗିରଫ କରାଯାଇଥିଲା । ଗିରଫ ପରେ ସେ ଦିବଂଗତ ମହାରାଣୀଙ୍କୁ ମାରିବା ପାଇଁ ଯୋଜନା କରୁଥିବା ସ୍ୱୀକାର କରିଛନ୍ତି ।

ଏହି ଭାରତୀୟ ମୂଳ ଯୁବକଙ୍କ ନାମ ଜସବନ୍ତ ସିଂହ ଚୈଲ । ସେ ୧୯୧୯ ଜାଲିୱାବାଲା ବାଗ ନର ସିଂହାରର ପ୍ରତିଶୋଧ ନେବା ପାଇଁ ରାଣୀଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିଲେ । ଚୈଲଙ୍କ ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସେ ତାଙ୍କ ସଜାର ପ୍ରଥମ ଭାଗ କଡା ସୁରକ୍ଷା ଘେରରେ ଥିବା ବ୍ରାଡମୁର ମାନସିକ ଚିକିତ୍ସାଳୟରେ ରହିବେ । ତାଙ୍କ ମାନସିକସ୍ଥିତିଠିକ ହେଲେ ଜେଲ ପଠାଯିବ ।

ଏହି ମାମଲାର ବିଚାର କରି କହିଛନ୍ତି, ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଠିକ ନାହିଁ । ହେଲେ ସେ ଯେଉଁ ଅପରାଧ କରିବାକୁ ଯାଉଥିଲେ ତାହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ୨୦୨୧ ଡିସେମ୍ବର ୨୫ ତାରିଖରେ ରାଣୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ସେ ୱିଣ୍ଡସର ମହଲରେ ପଶିବା ପାଇଁ ଚେଷ୍ଟା କରୁଥିଲେ ।ସେତେବେଳେ ମହାରାଣୀ ନିଜ ଆପାର୍ଟମେଣ୍ଟରେ ଥିଲେ । ତେବେ ଦୁଇଜଣ ଅଧିକାରୀ ତାଙ୍କୁ ଦେଖି ତାଙ୍କ ପାଖକୁ ଆସିଥିଲେ । ଯୁବକ ଜଣକ କଳା କପଡା ଘୋଡାଇଥିଲା ଏବଂ ହାତରେ ତିଆରି ଧାତୁର ଏକ ମୁଖ ପିନ୍ଧିଥିଲେ । ଅଧିକାରୀମାନେ ତାଙ୍କୁ ପଚାରିବାରୁ ସେ ମହାରାଣୀ ଏଲିଜଜାବେଥ ୨ୟଙ୍କୁ ମାରିବା ପାଇଁ ଯାଉଥିବା କହିଥିଲେ  ।

Comments are closed.