Latest Odisha News

BREAKING NEWS

ଏସୀୟ କ୍ରୀଡା ୨୦୨୩: ୧୦୦ ପାର ହେଲା ପଦକ ସଂଖ୍ୟା, ତୀରନ୍ଦାଜରେ ଭାରତକୁ ପୁଣି ମିଳିଲା ସ୍ଵର୍ଣ୍ଣ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉ ସହରରେ ଚାଲିଥିବା ଏସିଆନ କ୍ରୀଡାରେ ଇତିହାସ ରଚୁଛି ଭାରତ । ଭାରତୀୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ପଦକ ଜିତୁଛନ୍ତି । ଭାଙ୍ଗୁଛନ୍ତି ୭୨ବର୍ଷର ରେକର୍ଡ । ଏସୀୟ କ୍ରୀଡାର ଆଜି ୧୪ତମ ଦିବସରେ ତୀରନ୍ଦାଜରେ ଭାରତକୁ ପୁଣି ମିଳିଛି ସ୍ଵର୍ଣ୍ଣ । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ସେହିପରି ଏହି ସମାନ ଇଭେଣ୍ଟରେ ଭାରତର ଅଦିତି ସ୍ୱାମୀଙ୍କୁ ବ୍ରୋଞ୍ଜ ମିଳିଛି।

ଏସୀୟ କ୍ରୀଡାରେ ଜ୍ୟୋତି ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ କୋରିଆରକୁ ୧୪୯-୧୪୫ରେ ହରାଇ ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି ଜ୍ୟୋତି । ଅନ୍ୟପଟେ ମହିଳା କବାଡିରେ ମଧ୍ୟ ସ୍ଵର୍ଣ୍ଣ ଜିତିଛି ଭାରତ । ଫାଇନାଲରେେ ଚାଇନିଜ ତାଇପେନକୁ ହରାଇ କବାଡିରେ ସ୍ଵର୍ଣ୍ଣ ହାତେଇଛି ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୧୦୦ ପାର କରିଛି । ସେଥିରେ ୨୫ଟି ସ୍ଵର୍ଣ୍ଣ ଥିବା ବେଳେ ୩୫ଟି ରୋପ୍ୟ ଓ ୪୦ଟି ବ୍ରୋଞ୍ଜ ପଦକ ରହିଛି ।

ସେପଟେ ଏସିଆନ୍ ଗେମ୍ସରେ ଭାରତକୁ ହକିରେ ସ୍ବର୍ଣ୍ଣ ପରେ ଆଜି କ୍ରିକେଟରୁ ଆଉ ଏକ ସ୍ବର୍ଣ୍ଣ ପାଇଁ ହେବ ଲଢେଇ । ଏସିଆନ ଗେମ୍ସ କ୍ରିକେଟ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ଶୁକ୍ରବାର ସେମିଫାଇନାଲରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ଆଫଗାନିସ୍ତାନ ରୋମାଞ୍ଚକ ମ୍ୟାଚରେ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିଲା।

Comments are closed.