Latest Odisha News

ପ୍ରାୟ ୨୩୦୦ ଟଙ୍କା କମିଛି ସୁନାଦର !

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ସୁନାରୂପା ଦର କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଥିବା ବେଳେ କିଛିଦିନ ହେବ ଦର ଲଗାଦାର ହ୍ରାସ ହେଉଛି । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ରୂପା କିଲୋ ୫୦ ହଜାର ଟଙ୍କା ଅତିକ୍ରମ କରିଥିବା ବେଳେ ସୁନା ୧୦ ଗ୍ରାମକୁ ୪୦ ହଜାର ଟଙ୍କା ଅତିକ୍ରମ କରିଥିଲା ।

ଗୁରୁବାର ଦିନ ସୁନାଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ସୁନା ୧୦ ଗ୍ରାମ ପ୍ରତି ଏବେ ୩୬,୬୦୦ ଟଙ୍କାରେ ପହଞ୍ଚିଛି । ସେହିପରି ରୂପାଦର ହ୍ରାସ ପାଇ ଗୁରୁବାର କିଲୋ ପିଛା ୪୬,୨୧୫ ଟଙ୍କାରେ ପହଞ୍ଚିଛି ।

ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହଠାରୁ ଏବେ ପର୍ଯ୍ୟନ୍ତ ସୁନା ଦର ପ୍ରତି ୧୦ ଗ୍ରାମ ୨,୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ସେହିପରି ରୂପା ଦର ୫ ହଜାର ଟଙ୍କାରୁ ଅଧିକ କମିଛି ।

Comments are closed.