Latest Odisha News

ବେଗୁନିଆରେ ପ୍ରତିଷ୍ଠା ହେବ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଖୋର୍ଦ୍ଧା: ରୋଗୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ବେଗୁନିଆରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୋମବାର ଜାରି ହୋଇଥିବା ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସଚିବ ଶାଲିନୀ ପଣ୍ଡିତ କହିଛନ୍ତି ଯେ ବେଗୁନିଆରେ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ସରକାର ଅନୁମୋଦନ କରିଛନ୍ତି। ବେଗୁନିଆରେ ଏକ ସବ୍ ଡିଷ୍ଟ୍ରିକ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବହୁଦିନ ଧରି ଦାବି ହୋଇ ଆସୁଥିଲା। ତେବେ ହସ୍ପିଟାଲ ପାଇଁ ଖୁବ ଶୀଘ୍ର ଭିତ୍ତିଭୂମି ଓ ମାନବ ସମ୍ବଳ ବ୍ୟବସ୍ଥା କରାଯାଇ କାର୍ଯ୍ୟକ୍ଷମ କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

Comments are closed.