Latest Odisha News

ଡାକ୍ତରଖାନାରୁ ହୋଟେଲକୁ ଗଲେ ଗିଲ

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇଛି । ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କର ପ୍ଲେଟଲେଟର ମାତ୍ରା କମି ଯାଇଥିଲା । କାଭେରୀ ଡାକ୍ତରଖାନାରେ ଭର୍ତି କରାଯିବା ପରେ ତାଙ୍କୁ ଭଲ ଭାବେ ଚକିତ୍ସା କରାଯାଇଥିଲା । ମଙ୍ଗଳବାର ତାଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଛି । ସେ ଏବେ ହୋଟେଲରେ ବିଶ୍ରାମ ନେବା ସହ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ମ୍ୟାଚରେ ଖେଳିପାରି ନ ଥିବା ଗିଲଙ୍କ ଆଗାମୀ ୨ଟି ମ୍ୟାଚରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଡେଙ୍ଗୁରୁ ସୁସ୍ଥ ହେବା ପାଇଁ ଅତି କମରେ ୭ରୁ୧୦ ଦିନ ସମୟ ଲାଗିଥାଏ । ୧୯ ଅକ୍ଟୋବରରେ ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ସେ ସୁସ୍ଥ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି ।

୧୧ ଓ ୧୪ ଅକ୍ଟୋବରରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଖେଳି ନ ପାରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଦିନିକିଆ କ୍ରିକେଟରେ ୧୦୦ ଓଭର ଖେଳିବା ପାଇଁ ଜଣେ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ମ୍ୟାଚ ଫିଟ ହେବାର ଆବଶ୍ୟକତା ରହିଛି । ଏହା ବିଚାରକୁ ନେଲେ ଅଧିନାୟକ ରୋହିତ ଶର୍ମା ଅନାବଶ୍ୟକ ଭାବେ ଗିଲଙ୍କୁ ତରବରିଆ ଭାବେ ଖେଳାଇବା ପାଇଁ ଚାହିଁବେ ନାହିଁ ।

Comments are closed.