Latest Odisha News

ଜାତୀୟ ଡାକ ଦିବସରେ ସ୍ମୃତି ବଖାଣିଲା ଶାଶ୍ବତଙ୍କ ଦିଆସିଲି ଡାକ ବାକ୍ସ

ପୁରୀ: ସମୟ ବହୁତ ବଦଳିଛି ସତ  । ହ୍ବାଟ୍ସ ଆପ୍ ଯୁଗରେ ଲୋକେ ଆଉ ଚିଠି ଉପରେ ନିର୍ଭର କରୁନାହାନ୍ତି ସତ କିନ୍ତୁ ଆଜି ବି ସମାଜରେ ଡାକସେବା ଅନେକ ମହତ୍ତ୍ବ ବହନ କରୁଛି । ଆଜି ହେଉଛି ଜାତୀୟ ଡାକଦିବସ । ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖ ଅର୍ଥାତ୍ ଆଜିର ଦିନକୁ ଡାକ ଦିବସ ରୂପେ ପାଳନ କରାଯାଉଛି  । ୧୮୫୪ ମସିହାରେ ଭାରତରେ ଡାକ ସେବା ଆରମ୍ଭ ହୋଇଥିଲା ।

ଏହି ଅବସରରେ ପୁରୀ କୁମ୍ଭାରପଡାର  କଳାକାର ଶାଶ୍ୱତ ରଞ୍ଜନ ସାହୁ ୪୧୨ ଦିଆସିଲି କାଠିକୁ ବ୍ୟବହାର କରି ଏକ ଡାକ ବାକ୍ସ ତିଆରି କରିଛନ୍ତି  । ଏହାକୁ  ସଂପୂର୍ଣ୍ଣ କରିବାକୁ ତାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା  । ଶାଶ୍ୱତ ଙ୍କର ଏହି ଅନନ୍ୟ କଳାକୃତି , କେବଳ ଯେ ଭାରତୀୟ ଡାକ ସେବାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ତାହା ନୁହେଁ ,  ଏହା ଜନସାଧାରଣଙ୍କୁ ଏହାର  ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବଗତ କରୁଛି  ।

Comments are closed.