Latest Odisha News

BREAKING NEWS

ପେଟରେ ସଂକ୍ରମଣ କାରଣରୁ ଜସ୍ମିନ ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ ଭସିନ ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ନେଇ ଜସ୍ମିନ୍ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏଥିସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ତାଙ୍କ ହାତରେ ସାଲାଇନ୍ ଲାଗିଥିବା ଦେଖିବାକୁ ମିଳୁଛି । ସେ ଅସୁସ୍ଥ ଥିବା ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକ ଚିନ୍ତିତ ହୋଇପଡ଼ିଛନ୍ତି । ଅନେକେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ଜସ୍ମିନ୍ ଘରେ ଶୋଇଥିବା ବେଳେ ହଠାତ୍ ପେଟରେ ଯନ୍ତ୍ରଣା ହୋଇଥିଲା । ଧୀରେ ଧୀରେ ତାଙ୍କର ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପେଟରେ ସଂକ୍ରମଣ ହେତୁ ଅସୁସ୍ଥ ହୋଇପଡ଼ିଥିବା ଜଣାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ଜସ୍ମିନ୍ ଅନେକ ଧାରାବାହିକରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଛନ୍ତି । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରନ୍ତି ।ଏଥିସହିତ ସେ ବିଗ୍‌ବସରେ ବି ପ୍ରତିଯୋଗୀ ସାଜିଥିଲେ ।

Comments are closed.