ରାୟଗଡ଼ା: ଆଜି ଗୁଣୁପୁର ମହାବିଦ୍ୟାଳୟରେ ସାଇବର ଅପରାଧ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧକୁ କିପରି ରୋକାଯାଇ ପାରିବ ତାଉପରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ଆଦିବାସୀ ପ୍ରକଳ୍ପ ପ୍ରଶାସକ ଶାନ୍ତି ପ୍ରଭା ପ୍ରଧାନ, ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ ସାହୁ, ଗୁଣୁପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶି ମହାନ୍ତି, ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସତ୍ୟଜିତ ନାୟକ ପ୍ରମୁଖ ଯୋଗ ଦେଇ ସାଇବର ଅପରାଧ ବିଷୟରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସାଇବର ଅପରାଧ ବିଷୟରେ ବୁଝାଇବା ସହ ବ୍ୟାଙ୍କ୍ ଏବଂ ମୋବାଇଲ୍ ଦ୍ଵାରା ସାଇବର ଅପରାଧ ବଢ଼ୁଥିବା ଯୋଗୁଁ ନିଜେ ସତର୍କ ରହିବାକୁ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
Comments are closed.