Latest Odisha News

BREAKING NEWS

ମୋଟା ବ୍ୟକ୍ତିଙ୍କୁ କବାଟ ଭାଙ୍ଗି ନିଆଗଲା ଚିଡ଼ିଆଖାନା; ଜେବ୍ରା ଏକ୍ସ-ରେ ମେସିନ୍‌ରେ କରାଗଲା ଟେଷ୍ଟ୍‌

ପିଲା ହୁଅନ୍ତୁ ବା ଲୋକ ସମସ୍ତେ ଷ୍ଟ୍ରିଟ୍ ଫୁଡ଼୍ ଖାଇବାକୁ ଭଲ ପାଇଥାନ୍ତି । ଯେମିତି କି ରୋଲ, ଚାଓମିନ୍‌, ଚିକେନ୍ ପକଡ଼ାଠାରୁ ଆରମ୍ଭ କରି ଚିପ୍ସ ଓ ସ୍ୟାଣ୍ଡ୍‌ୱିଚ୍ ଆଦି ଖାଇବାକୁ ପସନ୍ଦ କରନ୍ତି । ଏପରି ଖାଦ୍ୟ ପ୍ରତି ଅଧିକାଂଶ ସଉକ ରଖିଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏହି ଖାଦ୍ୟ ଖାଇ ୩୨୦ କିଲୋ ଫୁଲି ଯାଇଛନ୍ତି । ସବୁଠୁ ବଡ଼କଥା, ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲ୍ ନେବା ବେଳେ ଦ୍ୱାରର କବାଟ ଭାଙ୍ଗିବାକୁ ପଡିଥିଲା । ଭୁଲ୍ ଭାଲ୍ ଖାଦ୍ୟ ଖାଇ ଏହି ବ୍ୟକ୍ତିଙ୍କ ଓଜନ ଏତେ ବଢ଼ି ଯାଇଥିବା ବେଳେ କିଛି ଦିନ ତଳେ ସେ ନିଜର ଓଜନ ହ୍ରାସ କରି ୨୯୮ କିଲୋରେ ପହଞ୍ଚିିଛନ୍ତି ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜେସନ ହୋଲ୍‌ଟନ୍ । ତାଙ୍କର ବୟସ ୩୩ ବର୍ଷ । ଜେସନଙ୍କ ଓଜନ ଏତେ ଅଧିକ ଯେ ତାଙ୍କ ହାର୍ଟର ଏକ୍ସ-ରେ କରିବା ପାଇଁ ଚିଡ଼ିଆଖାନା ନିଆ ଯାଇଥିଲା । ଯେଉଁଠାରେ ବଡ଼ ବଡ଼ ପ୍ରାଣୀମାନଙ୍କର ଏକ୍ସ-ରେ କରାଯାଇଥାଏ । ତାଙ୍କୁ ସେଠାକୁ ନିଆଯିବା ପରେ ଜେବ୍ରାର ଏକ୍ସ-ରେ କରାଯାଉଥିବା ମେସିନ୍‌ରେ ତାଙ୍କର ଏକ୍ସରେ କରାଯାଇଥିଲା । ତାଙ୍କ ଶରୀରରେ ବ୍ଲଡ୍ କ୍ଲଟ୍ ବନିଯିବା ପରେ ତାଙ୍କୁ ହାର୍ଟ ଆଟାକ୍ ଆସିଛି ବୋଲି ସନ୍ଦେହ କରାଯାଉଥିଲା ।

ଡାକ୍ତରଖାନା ଅଧିକାରୀଙ୍କ କହିବାନୁଯାୟୀ ସେ ତାଙ୍କ ଓଜନ ହେତୁ ହୁଏତ ୪୦ ବର୍ଷ ପର୍ଯ୍ୟନ୍ତି ବି ବଞ୍ଚିନପାରନ୍ତି । ଓଜନ ବୃଦ୍ଧି ପାଇବା ପୂର୍ବରୁ ସେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରି ଖାଇବାକୁ ଭଲପାଉଥିଲେ । ସେ କବାବ୍‌ରୁ ନେଇ ଚିପ୍ସ, ସ୍ୟାଣ୍ଡ୍‌ୱିଚ୍‌, କେକ୍ ଆଦି ଖାଇବାକୁ ଭଲପାଉଥିଲେ । କୁହାଯାଉଛି କି ସେ କେବେ କେବେ ଦିନକୁ ୩୦-୩୦ ସିଗାରେଟ୍ ପିଇ ଦଉଥିଲେ । ଏବେ ସେ ତାଙ୍କ ଓଜନ ହ୍ରାସ କରି୨୯୮ରେ ପହଞ୍ଚିଛନ୍ତି ।

Comments are closed.