Latest Odisha News

BREAKING NEWS

ଗାଜା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ପ୍ରସ୍ତୁତ, ୩ ଘଂଟା ମଧ୍ୟରେ ସ୍ଥାନ ଛାଡିବା ପାଇଁ ଲୋକଙ୍କୁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗାଜା ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲ ସମସ୍ତ ପ୍ରସ୍ତୁତି ଶେଷ କରି ଦେଇଛି । ୩ ଘଂଟା ମଧ୍ୟରେ ଗାଜା ଛାଡି ଚାଲିଯିବା ପାଇଁ ଇସ୍ରାଏଲ ପକ୍ଷରୁ ଡେଡଲାଇନ ଦିଆଯାଇଛି । ଟ୍ୟାଙ୍କ ଏବଂ ସୈନ୍ୟମାନେ ଧିରେ ଧିରେ ଗାଜା ଅଭିମୁଖେ ଗସ୍ତ କରିବା ଆରମ୍ଭ କରିଛନ୍ତି । ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ହମାସ ଆତଙ୍କବାଦୀ ନାରକୀୟ କାଣ୍ଡ ରଚିଥିଲେ । ଏହା ପରେ ଇସ୍ରାଏଲ କଠୋର ପନ୍ଥା ଆପଣାଇବା ସହ ଗାଜା ଉପରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ୪୦୦୦ ପାଖାପାଖି ଲୋକଙ୍କ ମୃତ୍ୟୁ ଘଟି ସାରିଛି । ଇସ୍ରାଏଲର ୧୫୦୦ ଓ ଗାଜାରେ ୨୫୦୦ ପାଖାପାଖି ଲୋକଙ୍କ ମୃତ୍ୟୁ ଘଟିଛି ।

ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ମଧ୍ୟ ଯୁଦ୍ଧ ତୀବ୍ର ହେଉଥିବାରୁ ଚିନ୍ତା ବ୍ୟକ୍ତ କରାଯାଇଛି । ଗାଜା ଏକ ନର୍କ ଭୂମିରେ ପରିଣତ ହେବ ଏବଂ ହମାସର ଚିହ୍ନ ହଜେଇଦେବୁ ବୋଲି ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିିନ ନେତ୍ୟାନେହୁ କହିଛନ୍ତି । ଇସ୍ରାଏଲର ମିସାଇଲ ଆକ୍ରମଣରେ ହମାସ ୩ ଜଣ ପ୍ରମୁଖ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ଦାବୀ କରାଯାଇଛି । ଏମାନଙ୍କ ମଧ୍ୟରେ ବିଲାଲ ଅଲ କେଦରାଙ୍କ ନାମ ସାମିଲ ଅପରପକ୍ଷରେ ଇସ୍ରାଏଲର ଆକ୍ରମଣ ନେଇ ଚୀନ ପ୍ରତିକ୍ରିୟା ବ୍ୟକ୍ତ କରିଛି । ଆତ୍ମରକ୍ଷା ନାମରେ ଇସ୍ରାଏଲ ସୀମା ବାହାରକୁ ଯାଉଛି ବୋଲି ଅଭିଯୋଗ କରିଛି ।

ହମାସକୁ ସମର୍ଥନ କରୁଥିବା ଇରାନ ମଧ୍ୟ ଇସ୍ରାଏଲର ଆକ୍ରମଣାତ୍ମକ ପଦକ୍ଷେପ ନେଇ ପରୋକ୍ଷରେ ଚେତାବନୀ ଦେଇଛି । ଯଦି ଗାଜାର ଭୂମିରେ ଇସ୍ରାଏଲ ସେନା ପ୍ରବେଶ କରିବେ ତେବେ ବଡ ଧରଣର ଯୁଦ୍ଧ ପରିସ୍ଥିତିକୁ ଏଡାଇ ହେବ ନାହିଁ ବୋଲି ଏହାର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋସେନ ଅମୀରାବୋଡାଲାହିୟାନ କହିଛନ୍ତି । ଅନ୍ୟ ଇସଲାମ ଦେଶଗୁଡିକ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ବୈଠକ ବସିଛି । ଖୁବ ଶୀଘ୍ର ସେମାନେ ସେମାନଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଜି ଦେଖିବା କଥା ଇସ୍ରାଏଲ ସେନା ଓ ଟ୍ୟାଙ୍କ ଗାଜାର ଉତରପୂର୍ବ ସୀମାରେ ପ୍ରବେଶ କରୁଛନ୍ତି କି ନାହିଁ ।

Comments are closed.