ଭୁବନେଶ୍ୱର: ଅବସରପ୍ରାପ୍ତ ଆଗ୍ନିକ ଆରକ୍ଷୀ ଅଧିକ୍ଷକ, ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପାରଳା ଗଜପତି ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ରାହାସ ବିହାରୀ ମହାନ୍ତିଙ୍କ ବିୟୋଗରେ ପାରଳା ଗଜପତି ବିକାଶ ମଞ୍ଚ (ପିଜିବିଏମ୍) ତରଫରୁ ମଞ୍ଚ କାର୍ଯ୍ୟାଳୟଠାରେ ବରିଷ୍ଠ ସଦସ୍ୟ ଦିଗ୍ବିଜୟ ନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ମଞ୍ଚର ସାଧାରଣ ସମ୍ପାଦକ ରାଜ କିଶୋର ପାଣିଗ୍ରାହୀଙ୍କ ଶୋକ ପ୍ରସ୍ତାବ ଆଗତ ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ସାଙ୍ଗଠନିକ ଦକ୍ଷତା, କାର୍ଯ୍ୟ ପ୍ରଣାଳୀ ଏବଂ ଏକ ବଳିଷ୍ଠ ନେତୃତ୍ୱ ନେବାର ପରାକାଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବିଭିନ୍ନ ସଦସ୍ୟ ଓ ସଦସ୍ୟା ମତ ପ୍ରକାଶ କରିଥିଲେ। ପିଜିବିଏମ୍କୁ ସଫଳତାର ଶିଖରରେ ପହଞ୍ଚାଇବାର ଯେଉଁ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି, ତାହାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତ ସଦସ୍ୟ ପ୍ରତିଜ୍ଞାବଦ୍ଧ ହୋଇଥିଲେ।
ଉପସ୍ଥିତ ସଦସ୍ୟ ସତ୍ୟନାରାୟଣ ଦାଶ, ରମେଶ ଚୌଧୁରୀ, ସଂଗୀତଜ୍ଞ ପ୍ରଶାନ୍ତ ପାଢ଼ୀ, କୈଳାସ ପାଣିଗ୍ରାହୀ, ରୁଦ୍ରପ୍ରସନ୍ନ ନାୟକ, ଅନୁକା ଜେନା, ସରିତ୍ରୀ ପଟ୍ଟନାୟକ, ଗୌରଚନ୍ଦ୍ରମହାପାତ୍ର, କିଶୋର ପଟ୍ଟନାୟକ, ରଘୁରାଜରାଜଗୁରୁ, ସୁବୋଧ ପାତ୍ର, ସତ୍ୟ ପ୍ରକାଶ ହେମଜେନା ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଏ ଅବସରରେ ସ୍ୱର୍ଗତ ରାହାସ ବିହାରୀ ମହାନ୍ତିଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶନ ସକାଶେ ସ୍ଥିରୀକୃତ ହୋଇଥିଲା।
Comments are closed.