Latest Odisha News

ପାଲେଷ୍ଟାଇନ ବାସୀଙ୍କ ପାଇଁ ମାନବିକ ସହାୟତା ପଠାଇବା ଜାରିରଖିବ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମିଃ ମହମ୍ମଦ ଆବ୍ବାସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଗାଜାର ଅଲ୍ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଭାରତ ଏବଂ ଏହି ଅଞ୍ଚଳ ମଧ୍ୟରେ ପାରମ୍ପରିକ ଭାବେ ଘନିଷ୍ଠ ଏବଂ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି ମୋଦୀ ।

ପ୍ରଥମତଃ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ଖରାପ ହେଉଥିବା ନିରାପତ୍ତା ପରିସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଥିଲେ । ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ପରିସ୍ଥିତି ସମ୍ପର୍କରେ ନିଜର ଆକଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମିଃ ମହମ୍ମଦ ଆବ୍ବାସ । ଅନ୍ୟପଟେ ପାଲେଷ୍ଟାଇନ ବାସୀଙ୍କ ପାଇଁ ଭାରତ ମାନବିକ ସହାୟତା ପଠାଇବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଦୁଇ ନେତା ପରସ୍ପର ସହ ଯୋଗାଯୋଗ ଜାରି ରଖିବାକୁ ରାଜି ହୋଇଥିଲେ ।

 

Comments are closed.