Latest Odisha News

BREAKING NEWS

ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ : ସାଲିଆ ସାହିରେ ଚଢାଉ, ବିପୁଳ ମଦ ସାମଗ୍ରୀ ଜବତ, ୧୫ ଗିରଫ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ପୂଜା ପାଇଁ ମଦ ପ୍ରସ୍ତୁତ ହେଉଥିବାବେଳେ ଛାପା ମାରିଛି ଅବକାରୀ ଥାନା । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏଥି ସହ ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି । ସୂଚନା ମୂତାବକ ସାଲିଆ ସାହିରେ ଦଶହରା ପାଇଁ ଚାଲିଥିଲା ସ୍ପେଶାଲ ମଦ ରନ୍ଧା । ଏତିକି ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା ।

ଚଢାଉ ସମୟରେ ବିଭାଗ ଶହ ଶହ ଲିଟର ମଦ ନଷ୍ଟ କରିଛି  । ଏବଂ ୧୦ ହଜାର ଲିଟର ପୋଚ ସହ, ୧ ହଜାର ଲିଟର ଦେଶୀ ମଦ ଜବତ କରିଛି  । ଘଟଣାରେ ୧୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।  ଭୁବନେଶ୍ବର ଅବାକାରୀ ଥାନା ପକ୍ଷରୁ  ଆଇଆଇସି  ବିକାଶ ନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଥିଲା । ଆଗକୁ ବସ୍ତି ଏବଂ ଚୋରା ମଦ ଆଡ୍ଡା ଉପରେ ଚଢାଉ ଜାରି ରହିବ ବୋଲି ସୂଚନା ଦେଇଛି ବିଭାଗ  ।

Leave A Reply

Your email address will not be published.