Latest Odisha News

BREAKING NEWS

ପାରା ଏସିଆନ ଗେମ୍ସ: ଭାରତୀୟ ଦଳର ଜଣେ ମହିଳା ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଆରମ୍ଭ ହେବାକୁ ଯାଉଥିବା ପାରା ଏସିଆନ ଗେମ୍ସରେ ଭାରତକୁ ଶୁକ୍ରବାର ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଜଣେ ମହିଳା ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉକ୍ତ ଖେଳାଳିଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଆୟୋଜକଙ୍କ ପକ୍ଷରୁ ଆବଶ୍ୟକୀୟ କରୋନା ପ୍ରୋଟୋକଲ ପାଳନ କରିବାକୁ କୁହାଯାଇଛି । ଅନ୍ୟ ସମସ୍ତ ଖେଳାଳିଙ୍କ ଟେଷ୍ଟ କରାଯିବା ପରେ ପରବର୍ତୀ ପଦକ୍ଷେପ ନେଇ ନିଷ୍ପତି ନିଆଯିବ । ଯେଉଁ ଖେଳାଳିମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନେ ପୂର୍ବ ଭଳି ପ୍ରତିଯୋଗିତାରେ ଭାଗ ନେଇପାରିବେ । ୨୨ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ମେଗା ଇଭେଂଟରେ ଭାରତର ୩୦୩ ଜଣ ଖେଳାଳି ଓ ୧୪୩ ପ୍ରଶିକ୍ଷକ ଯୋଗ ଦେବେ ।

ସଂକ୍ରମିତ ହୋଇଥିବା ମହିଳା ଆଥଲେଟ ଆଗୁଆ ଚୀନ ପଳେଇ ଯାଇଥିଲେ । ଟିମ ଡାକ୍ତର ଅରୁଣ ମାଥ୍ୟୁ ଖେଳାଳିମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଯଦି କୌଣସି ଖେଳାଳି ନିଜକୁ ଅସୁସ୍ଥ ମନେ କରୁଛି ସଙ୍ଗେ ସଙ୍ଗେ ପରୀକ୍ଷଣ କରାଇନେବା ସହ ଏକାନ୍ତବାସରେ ରହିବା ପାଇଁ ଅନୁରୋଧ କରାଯାଇଛି ।

Comments are closed.