Latest Odisha News

ମିଚେଲଙ୍କ ଶତକ,ସାମିଙ୍କୁ ୫ ୱିକେଟ: ଭାରତ ସମ୍ମୁଖରେ ୨୭୪ ରନର ଲକ୍ଷ୍ୟ

ଧର୍ମଶାଳା: ଦିନିକିଆ ବିଶ୍ୱକପ କ୍ରିକେଟର ରବିବାର ଅନୁଷ୍ଠିତ ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଡାରେଲ ମିଚେଲଙ୍କ ଶତକ ସହାୟତାରେ ଭାରତ ସମ୍ମୁଖରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ଏହା ପରେ ରଚୀନ ରବୀନ୍ଦ୍ର ଓ ଡାରେଲ ମିଚେଲ ଇନିଂସ ସମ୍ଭାଳିଥିଲେ । ସେମାନେ ତୃତୀୟ ୱିକେଟରେ ୧୯୬ ରନ ଯୋଗ କରିଥିଲେ । ଏହା ପରେ ରଚୀନ ୭୫ ରନ କରି ପ୍ୟାଭିିଲିୟନ ଫେରି ଯାଇଥିଲେ ।

ଅବଶ୍ୟ ଭାରତୀୟ ବୋଲରଙ୍କ ଉଚିତ ବୋଲିଂ ପ୍ରଦର୍ଶନ ଯୋଗୁ ଏହା ପରେ ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ୱିକେଟମାନ ହରାଇଥିଲା । ବିଶେଷ କରି ମହମ୍ମଦ ସାମିଙ୍କ ୫ ୱିକେଟ ସଫଳତା ନ୍ୟୁଜିଲାଣ୍ଡକୁ ବଡ ସ୍କୋର କରାଇ ଦେଇ ନ ଥିଲା । ୫୦ ଓଭରରେ କିୱି ଟିମ ୨୭୩ ରନ କରି ଅଲଆଉଟ ହୋଇ ଯାଇଥିଲା । ମିଚେଲ ୧୩୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଗ୍ଲେନ ଫିଲିପ୍ସ ୨୩ ରନ କରି କିଛିଟା ସହଯୋଗ କରିଥିଲେ ।

୩୭ ତମ ଓଭର ବେଳକୁ ନ୍ୟୁଜିଲାଣ୍ଡ ୪ ୱିକେଟ ହରାଇ ୨୦୫ ରନ କରି ଭଲ ସ୍ଥିତିରେ ଥିଲା । ମାତ୍ର ଏହା ପରେ ଦଳ ୬୯ ରନରେ ବାକି ୬ଟି ୱିକେଟ ହରାଇଥିଲା । କୂଲଦୀପ ଯାଦବ ୨ଟି ଓ ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Comments are closed.