ଭୁବନେଶ୍ୱର: ଆସନ୍ତାକାଲି ଭକ୍ତଙ୍କ ଗହଣରୁ ମେଲାଣି ନେବେ ମା’ ଦୁର୍ଗା । ବିଭିନ୍ନ ପୂଜାଣ୍ତପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ ଏବଂ ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଛି ଟ୍ଵିନସିଟି ପୋଲିସ । ଟ୍ରାଫିକ୍ ସମସ୍ୟାକୁ ନଜରରେ ରଖି ଏନେଇ କମିଶନରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।
ଗାଇଡଲାଇନ ଅନୁସାରେ ଭସାଣି ସମୟରେ ମୁଖ୍ୟ ରାସ୍ତାରେ ଯାନବାହନ ଯିବାକୁ ଅନୁମତି ଦିଆଯାଇ ନାହିଁ । କଟକ କଲେଜ ଛକ ନିକଟରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିବା ପାଇଁ ଅନୁମତି ନାହିଁ । ସେହିପରି ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିବା ବେଳେ ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲାଗିଛି ।
ସେହିପରି ଚଣ୍ତିଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ରାସ୍ତାରେ ମଧ୍ୟ ଯାନବାହ ଯିବା ଉପରେ କଟକଣା ଲଗାଯାଇଛି । ଯଦି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ତେବେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନ ଭରିବାକୁ ପଡିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ ।
Comments are closed.