କୁଞ୍ଜ ବିହାରୀ ସାହୁ
ଶ୍ରମିକ ଭାଇରେ ଶ୍ରମିକ ଭାଇ
ଖରା,ବରଷାକୁ ଖାତିରି ନାଇଁ
ସକାଳୁ ଯାଉଛୁ କାମ କରିବାକୁ
ବାସିପଖାଳକୁ ସଅଳ ଖାଇ ।
ସଭିଙ୍କ କଥାକୁ ସରାଗେ ଶୁଣି
ତାଙ୍କରି କଥାକୁ ହେଉଛୁ ଗୁଣି
ମନଯୋଗ ଦେଇ କାମ କରୁଥାଉ
ତୋଅରି କାମରେ ସଭିଏଁ ଋଣୀ ।
ଆସୁଥାଉ ପଛେ ଗ୍ରୀଷମ କାଳ
ମୁଣ୍ଡରୁ, ଦେହରୁ ବହଇ ଝାଳ
ଲୋକଙ୍କ ସେବାରେ ନିଇତି ରହୁଛୁ
ଉଡିଯାଉ ଅବା କୁଡ଼ିଆ-ଚାଳ ।
କିଏ ତ ବୁଝୁନି ତୋହରି ଦୁଃଖ
କିଏ ତ ଦେଖୁନି ଶୁଖିଲା ମୁଖ
ତଥାପି ତୋହର କାମକରି ତୁହି
ଅନ୍ୟର ଖୁସିରେ ପାଉଛୁ ସୁଖ ।
ଏଲ୍.ଆଇ.ଜି. ୧୫ – ନୟାପଲ୍ଳୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର
୭୦୦୮୧ ୪୨୦୪୦
Comments are closed.