Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନ ବିସ୍ତାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଜ୍ଞାନ ବିସ୍ତାର ପାଇଁ ଲୋଡ଼ା

ଅଳ୍ପ ଅଧିକ ଲେଖା ପଢ଼ା

କେବଳ ଜୀବନଯାପନ

ସକାଶେ ପାଣି ଓ ଖାଦ୍ୟାନ୍ନ

 

ବଦଭ୍ୟାସ ଓ ସଦଭ୍ୟାସ

କରିଲେ ମନକୁ ବିବଶ

ଅଭ୍ୟାସ ପାଳିବା ଅଭ୍ୟାସ

ଘଟାଏ ଭାଷାର ବିନାଶ

 

କଦବା ହେଉଥିଲା ବୋଲି

ସର୍ବଦା ରହିଥିବ ଚଳି

ନାହିଁ ତ କିଛି ନିଶ୍ଚିତତା

ଏହା ହିଁ ସତ୍ୟ ବାସ୍ତବତା

 

ମଣିଷ ଚିଂତାକାରୀ ଜୀବ

ଚିଂତନ ତାହାର ବିଭବ

ଚଳିଲେ ଚିଂତନ ପ୍ରକ୍ରିୟା

ଅଲୋଡ଼ା ଅନୁଗ୍ରହ, ଦୟା

 

ଯାହା କେହି ନାହାଂତି କରି

ତାହାକୁ କେବେ ବି ନ ଡରି

କରିଲେ ନୂଆଁ ନୂଆଁ କାମ

ମିଳିବ ଭଲ ପରିଣାମ

 

ଯେଉଁ ପ୍ରକାରେ କାମ କରି

ଏଯାଏଁ ଯାଉଅଛୁଁ ହାରି

ତାହାକୁ କଲେ ବାରଂବାର

ହେବନି ବିଜୟ ଆମର

 

*ଡ : ଡ଼* ଓ *ଚ : ଛ* ଭେଦ ରକ୍ଷା

ଲୋଡ଼ା ପଡ଼ିଲେ ବି ଅବିକା

ଲେଖକେ ଅଭ୍ୟାସବଶତଃ

ଲେଖା କରଂତି ତ୍ରୁଟିଯୁକ୍ତ

 

ନ ହେଲେ ଅଭ୍ୟାସର ଦାସ

ସ୍ବଭାଷା କରିବ ବିକାଶ

ଏ ସତ୍ୟ କରିଲେ ବିଶ୍ବାସ

ବ୍ୟତିକ୍ରମ ହୋଇବ ନାଶ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.