ବିଜୟନଗରମ: ଦୁର୍ଘଟଣା ପରେ ପୁଣି ଟ୍ରାକରେ ଗଡିଲା ଟ୍ରେନ । ଭୟଙ୍କର ଟ୍ରେନ ଦୁର୍ଘଟଣାର ୨୦ ଘଣ୍ଟା ଭିତରେ ମରାମତି କାମ ସରିଥିଲା । ତା’ ପରେ ଟ୍ରାକରେ ଗଡିଥିଲା ଟ୍ରେନ । ପ୍ରଥମେ ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଗଡିଥିଲା । ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଆଲମଣ୍ଡା ଷ୍ଟେସନରୁ ଛାଡିଥିଲା ।
ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା ପରେ ପୁଣି ଚଳଚଞ୍ଚଳ ହୋଇଛି ଷ୍ଟେସନ । ସୋମବାର ୨.୩୬ ମିନିଟରେ ପ୍ରଶାନ୍ତି ଏକ୍ସପ୍ରେସ ଗଡିବାକୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲୱେ ।
ଦୁର୍ଘଟଣା ପରେ ଏହି ଲାଇନରେ ୪୫ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା । ହେଲେ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଫସି ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଧାରଣାରେ ପଡିଥିବା ବଗିକୁ ହଟାଯାଇ ଟ୍ରାକ ମରାମତି କରାଯାଇଥିଲା । ଏହା ପରେ ଟ୍ରେନ ଚଳାଚଳ କରିଥିଲା ।
BREAKING NEWS
- ଜମି ଜାଲିଆତି ଘଟଣା; ୨ ରାଜସ୍ୱ ଅଧିକାରୀ ନିଲମ୍ବିତ
- ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ବିରୋଧରେ NBW ଜାରି
- ହସ୍ପିଟାଲରୁ ଫେରାର ବିଚାରାଧୀନ କଏଦୀ
- ପାକିସ୍ତାନ ମେଡିକାଲରେ ବଡ଼ ଅଘଟଣ !
- ପୁରୀରେ ମର୍ଡର, ପଥରରେ ଛେଚି ଯୁବକଙ୍କୁ ହତ୍ୟା
- ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶାରେ ପଡିପାରେ ପ୍ରଭାବ
- ଟ୍ରକକୁ ଧକ୍କା ଦେଲା ବସ୍; ୬ ମୃତ, ବହୁ ଆହତ
- ମୁମ୍ବାଇ-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
- ଆମେରିକା – କାନାଡ଼ା ବାଣିଜ୍ୟ ଯୁଦ୍ଧ : ୭୦୦ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ
- ଏଣିକି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ, କେଉଁ ଅନୁଷ୍ଠାନରେ ଲାଗୁ ହେବ ଦେଖନ୍ତୁ ତାଲିକା

Comments are closed.