ମୁମ୍ବାଇ:ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ । ୪ ଦିନରେ ତୃତୀୟ ଥର ପାଇଁ ଆସିଲା ଏମିତି ହତ୍ୟା ଧମକ । ଅଭିଯୁ୍କ୍ତର ଦାବି ଏଥର ଦୁଇଗୁଣା ହୋଇଯାଇଛି । ଅର୍ଥାତ ଅଭିଯୁକ୍ତ ଏଥର ୪୦୦ କୋଟି ଟଙ୍କା ଦାବି କରିଛି । ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି ।
ଅଭିଯୁକ୍ତ ୪ର୍ଥ ଦିନରେ ମୁକେଶ ଅମ୍ବାନୀଙ୍କୁ ମେଲରେ ଏହି ଧମକ ଦେଇଛି ଅଭିଯୁକ୍ତ । ଦୁଇ ଦୁଇ ଥର ମେଲ କରିବା ପରେ ବି କୌଣସି ଉତ୍ତର ନ ଦେବାରୁ ଅଭିଯକ୍ତ ଏଥର ୪୦୦ କୋଟି ଦାବି ରଖିଥିବା କହିଛି ।
ମିଳିଥିବା ସୂଚନା ଅନୁସାରେ, ଏହା ପୂର୍ବରୁ ଅର୍ଥାତ ଶନିବାର ଦିନ କମ୍ପାନୀକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଏଥିରେ ୨୦୦ କୋଟିର ଦାବି ଥିଲା । ତା ପୂର୍ବରୁ ଅର୍ଥାତ ୨୭ ଅକ୍ଟୋବରରେ ମୁକେଶ ଅମ୍ବାନୀଙ୍କୁ କେହି ଅଜ୍ଞାତ ବ୍ୟକ୍ତି ହତ୍ୟା ଧମକ ଦେଇଥିଲା। ଏକ ମେଲ କରି ୨୦ କୋଟି ଦାବି କରିଥିଲା ।
ଏହା ପରେ ଶିଳ୍ପପତି ମୁକେଶ ଅମ୍ବାନୀ ଗାମଦେବୀ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଥିଲେ । ଏହି ଇମେଲ ଖାଦାବ ଖାନ ନାମକ ଜଣେ ୟୁଜରଙ୍କ ମେଲରୁ ଆସିଥିଲା ।
BREAKING NEWS
- କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ
- ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ
- “ଶ୍ରୀ ରାମଭୂମି” ଫିଲ୍ମର ଫାଷ୍ଟ ଲୁକ୍ ସେୟାର କଲେ ଅନୁପମ ଖେର
- ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ
- Vietnam Boat Tragedy: ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ…
- ନିର୍ମାଣଧୀନ ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ
- Expired Biscuits Seized: ବିପୁଳ ପରିମାଣର ଅବଧି ନଥିବା ନକଲି ବିସ୍କୁଟ ଜବତ, ୨ ଅଟକ
- Speedboat capsizes in Vietnam:ବୁଡ଼ିଗଲା ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି
- ଭାରତୀୟ ନୌସେନାରେ ସାମିଲ INS ମହେନ୍ଦ୍ରଗିରି
- ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୋଲିସ ଡିଜି
Comments are closed.