ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବର୍ଦ୍ଧିତ ବାୟୁ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟ ଆଜି (ମଙ୍ଗଳବାର) ଏକ ଶୁଣାଣି କରିଛନ୍ତି । ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟକୁ ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟକାରୀ ହୋଇଥିବା ପଦକ୍ଷେପଗୁଡିକର ବିସ୍ତୃତ ବିବରଣୀ ଦେବାକୁ କହିଛନ୍ତି । ଜଷ୍ଟିସ ଏସକେ କୌଲ, ଜଷ୍ଟିସ ସୁଧାଂଶୁ ଧୁଲିଆ ଏବଂ ପିକେ ମିଶ୍ରଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଉକ୍ତ ରାଜ୍ୟ ଗୁଡିକୁ ହଲଫନାମା ଦାଖଲ କରିବାକୁ ଏକ ସପ୍ତାହ ସମୟ ଦେଇଛନ୍ତି । ତେବେ ମାମାଲାର ଆଗାମୀ ଶୁଣାଣି ନଭେମ୍ବର ୭ରେ ହେବ ବୋଲି ନିଷ୍ପତ୍ତି ହୋଇଛି ।
ବାୟୁ ପ୍ରଦୂଷଣକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଆଗାମୀ ପିଢି ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଅତି ଭୟଙ୍କର ହେବ । ଏହା ମଧ୍ୟ କହିଛନ୍ତି ଯେ, ପ୍ରଦୂଷଣ ଯୋଗୁଁ ଲୋକମାନଙ୍କୁ ନିଜ ଘରୁ ବାହାରିବା କଷ୍ଟକର ହୋଇପଡିଛି, ପୁଣି ସେହି ସମୟରେ ଯେବେ ଦିଲ୍ଲୀର ଦିନର ସମୟକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଉଥିଲା । ବର୍ଷକୁ ବର୍ଷ ଏହା ବଢିବାରେ ଲାଗିଛି ବୋଲି କୋର୍ଟ କହିଛନ୍ତି । ଗଠିତ ଖଣ୍ଡପୀଠ ଏହା ମଧ୍ୟ କହିଛି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ଅନ୍ୟତମ ମୁଖ୍ୟ କାରଣ ହେଉଛି ପରାଲୀ(ଫସଲ ଉତ୍ପାଦନ ପରେ ଅବ୍ୟବହୃତ ନଡା) ଜଳିବା ।
ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ନେଇ ସର୍ବୋଚ୍ଚ ଅଦାଲତ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ରୁ ରିପୋର୍ଟ ମାଗିଥିଲେ। କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ବର୍ତ୍ତମାନର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବାୟୁ ଗୁଣବତ୍ତା ସୂଚକାଙ୍କ (AQI)ର ସବିଶେଷ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.