ସୁବର୍ଣ୍ଣପୁର: ପୁଣି ଅଲଡ଼ା ହେଲା ଶିଶୁ। ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ଗାଁ ନିକଟ ଏକ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମାଟିଖାଇ ଗାଁ ମୁଣ୍ଡକୁ ଗୁପ୍ତେଶ୍ୱର ଝଙ୍କାର ଫୁଲ ତୋଳିବାକୁ ଯାଇଥିଲେ। ଫୁଲ ତୋଲୁଥିବା ସମୟରେ ଅଳିଆ ଗଦା ଭିତରୁ ଏକ ଶିଶୁର କାନ୍ଦ ଶୁଣିଥିଲେ।
ପାଖକୁ ଯାଇ ଦେଖିଲା ପରେ ଏକ ନବଜାତ ଶିଶୁ ପୁତ୍ର ବୋଲି ଜାଣିପାରିଥିଲା। ତୁରନ୍ତ ସେଠାରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ ଗୁପ୍ତେଶ୍ୱର। ସ୍ଥାନୀୟ ଡ଼ାକ୍ତରଖାନାରେ ଶିଶୁଟିକୁ ପ୍ରାଥମିକ ଚିକିତ୍ସା କଲାପରେ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡିଛି। ତେବେ ଶିଶୁଟି କାହାର ଏବଂ କିଏ ଅଳିଆ ଗଦାରେ ନେଇ ପକାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ।
Comments are closed.