ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଯାହା ବି ଯାଉଥାଉ ଘଟି
ଭାବନା-ଫୁଲ ପାରେ ଫୁଟି
ସମୟ ଆସେନି ଲେଉଟି
ବ୍ୟୟ କରିବା ମାପି, କଂଟି
ଣ ଧ୍ବନି ଇଂଲିଶ୍ରେ ନାହିଁ
ଭେଣ୍ଡର୍ ଲେଖିବା କିପାଇଁ
ଭେନ୍ଡର୍ କି ଭେଂଡର୍ ଲେଖିଲେ
ଆମର ସବୁ କାମ ଚଳେ
ଲେଖିବାନାହିଁ ଡରି ଡରି
ତେବେ ହୋଇବା ଉପକାରୀ
କି ହେବ ଖ୍ୟାତି ଆଉ ଯଶ
ଯଦି ହୁଏ ସ୍ବଭାଷା ନାଶ
ବ୍ୟକ୍ତିଗତ ଅଭ୍ୟାସ ଆଦି
ଭାଷାରେ ଦେବାନାହିଁ ଲଦି
ଆଦୌ ନ ହେଲେ ଗୋଷ୍ଠିଭୁକ୍ତ
ସଂଭାଳି ପାରିବା ବ୍ୟକ୍ତିତ୍ୱ
ବର୍ତମାନ ହେଲେ ଅତୀତ
ଇତିହାସ ହୁଏ ସ୍ବୀକୃତ
ବର୍ତମାନକୁ ଉପହାସ
କରିବା ଲୋକଂକ ଅଭ୍ୟାସ
ଇତିହାସ ହିଁ ସର୍ବମାନ୍ୟ
ହେବାରୁ ବର୍ତମାନ ମ୍ଳାନ
ଚଳିତ ସମୟକୁ ଧ୍ୟାନ
ଦେବାର ଅଛି ପ୍ରୟୋଜନ
ଯଦି ସତରେ କହୁଁ କାର୍ଯ୍ୟ
ନିଶ୍ଚୟ ଲେଖୁଥିବା କାର୍ଯ୍ୟ
ଯାହା କହୁନୁ, ତାହା ଲେଖି
ଭାଷାକୁ ଚଳାଇ ହେବ କି ?
କହିବା, ଲେଖିବା ମଧ୍ୟରେ
ଅଳ୍ପ ପାର୍ଥକ୍ଯ ରହିପାରେ
କଥା ଓ ଲେଖା ହେଲେ ଭିନ୍ନ
ଲେଖାକୁ ମିଳେନି ସମ୍ମାନ
ସାଧନା ଶୃଂଖଳାନୁବର୍ତୀ
ନ ହେଲେ, କରେ ବେଶି କ୍ଷତି
କବି ତ ହୀରା କାରିଗର
କରୁ ସେଭଳି ବ୍ୟବହାର
Comments are closed.