Latest Odisha News

BREAKING NEWS

୨ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

କଟକ: ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । ଆଜି ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ ।

ତେବେ ମାମଲା ଅନୁଯାୟୀ, ପୀଡ଼ିତାଙ୍କ ସ୍ବାମୀ ୨୦୨୨ ମେ’ ୨୧ ବାଲିଯାତ୍ରା ଦେଖିବାକୁ ଯାଇଥିବା ବେଳେ, ସେହି ସମୟରେ ଅଭିଯୁକ୍ତ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ପୀଡ଼ିତାଙ୍କ ସ୍ବାମୀ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ପଙ୍କଜଙ୍କୁ ଗିରଫ ମଧ୍ୟ କରିଥିଲା ।

ଜୟପୁରର ଅତିରିକ୍ତ ସେସନ୍ସ ଜଜ୍ ସ୍ପେସାଲ କୋର୍ଟ ୨୦୨୫ ଜୁଲାଇରେ ପଙ୍କଜଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର କାରାଦଣ୍ଡ ଶୁଣାଇଥିଲେ। ଏହି ଦଣ୍ଡାଦେଶ ବିରୋଧରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ଅଦାଲତ ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାମଲାର ପରିସ୍ଥିତିରୁ ଏହା ପରସ୍ପର ସହମତି ଭିତ୍ତିକ ସମ୍ପର୍କ ପରି ଜଣାପଡୁଥିବା ସ୍ପଷ୍ଟ କରିଛନ୍ତି କୋର୍ଟ ।

ତେବେ ଅଭିଯୁକ୍ତ ଜଣକ ପରିଚିତ ଥିଲେ ଏବଂ ସେମାନଙ୍କ ଘରକୁ ପ୍ରାୟତଃ ଯାତାୟାତ କରୁଥିଲେ ବୋଲି ସ୍ପଷ୍ଟ ହୋଇଛି । ଯାହାକୁ ନେଇ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିବା ସହ ଅଭିଯୁକ୍ତକୁ ବଳାତ୍କାର ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.