ନୂଆଦିଲ୍ଲୀ: ଆଇପିଏଲର ୨୦୨୬ ସଂସ୍କରଣ ଶେଷ ହେବା ପାଇଁ ଆଉ ୨ଟି ମ୍ୟାଚ ବାକି ଅଛି । ଇତିି ମଧ୍ୟରେ ବିସିସିଆଇ ଆଂଟି କରପଶନ ୟୁନିଟ ଆଇପିଏଲ ମ୍ୟାଚ ସମୟରେ ସ୍ମାର୍ଟ ଗ୍ଲାସ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏପରିକି ଖେଳାଳି କିମ୍ବା ଅଧିକାରୀମାନେ ମଧ୍ୟ ଏହାର ବ୍ୟବହାର କରିପାରିବେ ନାହିଁ । ମ୍ୟାଚ ଦିନ ଖେଳାଳି ଓ ସପୋର୍ଟ ଷ୍ଟାଫ ପଡିଆ ମଧ୍ୟରେ, ଡ୍ରେସିଂ ରୁମରେ ଓ ଡଗଆଉଟ ଯିବା ସମୟରେ ଫୋନ, ସ୍କାର୍ଟୱାଚ ଓ ସ୍କାର୍ଟ ସନଗ୍ଲାସ ପରି ସାମଗ୍ରୀ ନେଇପାରିବେ ନାହିଁ ।
ଏଗୁଡିକୁ ସିକ୍ୟୁରିଟି ଲାୟନଜନ ଅଫିସରଙ୍କ ନିକଟରେ ଜମା କରିବାକୁ ପଡିବ । ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ । ପୂର୍ବରୁ ଖେଳାଳିମାନେ ବିଳମ୍ବିତ ରାତିରେ ହୋଟେଲ ବାହାରକୁ ଯିବା ଏବଂ ଅତିଥିଙ୍କୁ ଆଣିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଚଳିତ ସଂସ୍କରଣରେ କେତେଗୁଡିଏ ଘଟଣାରେ ଆଚରଣ ସଂହିତା ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆସିବା ପରେ ବୋର୍ଡ କଠୋର ମନୋଭାବ ଆପଣାଇଛି ।