ଭୁବନେଶ୍ଵର: ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଏବଂ ଓଡିଶା ସହରାଞ୍ଚଳ ଏକାଡେମିର ମିଳିତ ସହଯୋଗରେ ‘ଜଳ ପାଇଁ ମହିଳା, ମହିଳାଙ୍କ ପାଇଁ ଜଳ’ର ଉଦଘାଟନ ହୋଇଛି । ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୋଜନା ଅମୃତ ଅଧୀନରେ ଏହି ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଅଭିଯାନ ନଭେମ୍ବର ୭,୨୦୨୩ ରୁ ଆରମ୍ଭ ହୋଇ ନଭେମ୍ବର ୯,୨୦୨୩ରେ ଶେଷ ହେବ ।
ଜଳ ପରିଚାଳନାରେ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରବା ହେଉଛି ‘ଜଳ ପାଇଁ ମହିଳା, ମହିଳାଙ୍କ ପାଇଁ ଜଳ’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ସେମାନଙ୍କୁ ନିଜ ନିଜ ସହରରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ ମାଧ୍ୟମରେ ଜଳ ବିଶୋଧନ ପ୍ରକ୍ରିୟା ବିଷୟରେ ପ୍ରାଥମିକ ଜ୍ଞାନ ପ୍ରଦାନ କରାଯିବ ।
ଅଭିଯାନର ପ୍ରଥମ ଦିନ ସମସ୍ତ ରାଜ୍ୟରୁ ୪,୧୦୦ରୁଅଧିକ ମହିଳା “ଜଳ ଦୀପାବଳି” ଅଭିଯାନରେ ସାମିଲ୍ ହୋଇଥିଲେ । ଏହି ସଶକ୍ତ ମହିଳା ମାନେ ଦେଶବ୍ୟାପୀ ୨୫୦ରୁଅଧିକ ଜଳ ବିଶୋଧନ କାରଖାନା କରିଥିଲେ ଏବଂ ନିରାପଦ ପାନୀୟ ଜଳ ପହଞ୍ଚାଇବାରେ ସମ୍ପୃକ୍ତ ଜଟିଳ ପ୍ରକ୍ରିୟା ବିଷୟରେ ପ୍ରାଥମିକ ଜ୍ଞାନ ହାସଲ କରିଥିଲେ । ରାଜ୍ୟ ଅଧିକାରୀମାନେ ଏସ୍ଏଚଜି ମହିଳା ମାନଙ୍କୁ ଫୁଲ ଦେଇ ସ୍ୱାଗତ କରିବା ସହ ପାଣିବୋତଲ/ ସିପର/ ଗ୍ଲାସ୍, ପରବେଶ ଅନୁକୂଳ ବ୍ୟାଗ୍, ବ୍ୟାଜ୍ କ୍ଷେତ୍ର ପରିଦର୍ଶନ କିଟ୍ ଆଦି ପ୍ରଦାନ କରିଥିଲେ।
ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରାଜ୍ୟ ଅଧିକାରୀଙ୍କ ପ୍ରୟାସ ଅଭିଯାନର ପ୍ରଥମ ଦିନରେ ଏକ ଉଲ୍ଲେଖନୀୟ ସଫଳତା ପ୍ରଦାନ କରିଛି । ଅମୃତ ୨.୦ ଅଭିଯାନ ଅଧୀନରେ ଜଳ ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଅଭିଯାନର ଦ୍ଵିତୀୟ ଓ ତୃତୀୟ ଦିନରେ ୧୦,୦୦୦ରୁଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକାଠି ହୋଇ ‘ଜଳ ଦୀପାବଳି’ ପାଳନ କରିବେ ।
Comments are closed.