Latest Odisha News

BREAKING NEWS

ଆଜି ଧନତେରାସ, ସୁନା ଦୋକାନରେ ପ୍ରବଳ ଭିଡ

ଭୁବନେଶ୍ଵର; ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ । ଆଜିର ତିଥିରେ ପାଳନ ହୋଇଥାଏ ଧନତେରାସ । ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ । ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ଗୃହର ମୁଖ୍ୟ ଦ୍ବାରକୁ ସୁସଜ୍ଜିତ କରି ମାଙ୍କୁ ସ୍ବାଗତ କରାଯାଏ ।

ବିଶ୍ବାସ ଅନୁଯାୟୀ ଏହି ଦିନରେ ସୁନା ଅଳଙ୍କାର କିଣିଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥାନ୍ତି । ଏଥି ସହିତ ପରିବାରର ସୁଖ ସମୃଦ୍ଧି ଆସିଥାଏ । ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୂପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ସେଥିପାଇଁ ସକାଳୁ ସକାଳୁ ସମସ୍ତ ଗହଣା ଦୋକାନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬, ୫୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୬୪୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି ।

ତେବେ ଆପଣ ବି ଯଦି ଆଜି ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏ ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ। ନହେଲେ ଠାକାମିର ଶିକାର ହୋଇ ପାରନ୍ତି । ସୁନା କିଣିବା ପୂର୍ବରୁ ସୁନାର ଶୁଦ୍ଧତା ମୁଖ୍ୟତଃ କ୍ୟାରେଟରେ ମପା ଯାଇଥାଏ । ୨୪ କ୍ୟାରେଟ୍‌ ଗୋଲ୍ଡକୁ ୯୯.୦୯ ପ୍ରତିଶତ ଶୁଦ୍ଧ ମାନୁଥିବାବେଳେ ୨୨ କ୍ୟାରେଟକୁ ୯୨ ପ୍ରତିଶତ ଶୁଦ୍ଧ ସୁନା ବୋଲି ଗଣାଯାଏ ।

Comments are closed.