ଭୁବନେଶ୍ୱର : ସାବାଡ ହେବେ ମଦୁଆ । ରାଜଧାନୀରେ କଡାକଡି ହେବ ମଦୁଆଧରା ଅଭିଯାନ । ରାଜରାସ୍ତାରେ ଆଉ ମଦୁଆଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳିବନି । ଏଥର ପୋଲିସମାନେ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ । ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଆଜି ଯେହେତୁ ଆଲୋକର ପର୍ବ ଦୀପାବଳୀ ରହିଛି । ସେ ନେଇ ସଜାଗ ରହିଛି ପୋଲିସ । ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଛି । ଖୋଲାସ୍ଥାନରେ ଲୋକମାନେ ସବୁଜ ବାଣ ଫୁଟାଇବେ ।
ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ନ ଫୁଟାଇବାକୁ ପରାମର୍ଶ ରହିଛି । ରାତି ୧୦ଟା ପରେ କେହି ବାଣ ଫୁଟାଇପାରିବେ ନାହିଁ । ଯେକେହି ବି ନିୟମ ଉଲଂଘନ କରିବେ , ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଲୋକର ପର୍ବ ଖୁସି ଆଣୁ, କିନ୍ତୁ କାହାକୁ ଦୁଃଖ ନଦେଉ । ସମସ୍ତେ ଭଲରେ ଭଲରେ ଦୀପାବଳି ପାଳନ କରନ୍ତୁ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ।
Comments are closed.