Latest Odisha News

‘ପ୍ରୋକ୍ୱେଷ୍ଟ’ ପକ୍ଷରୁ ସୋଆ ମୁଖ୍ୟ ଲାଇବ୍ରେରିୟାନଙ୍କୁ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ’ ସମ୍ମାନ

ଭୁବନେଶ୍ୱର: ପାଠାଗାର ଏବଂ ସୂଚନା ବିଜ୍ଞାନ ଓ ଶିଳ୍ପ କ୍ଷେତ୍ରରେ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ମୁଖ୍ୟ ଲାଇବ୍ରେରିଆନ୍ ଡଃ ଡି.ବି. ରମେଶଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଂଟ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଚିଗାନ୍ ସ୍ଥିତ ଗ୍ଲୋବାଲ୍ ଇନ୍ଫରମେସନ୍ କଣ୍ଟେଣ୍ଟ ଏବଂ ଟେକ୍ନୋଲୋଜି ଉପରେ ପର୍ଯ୍ୟବେସିତ କମ୍ପାନୀ ପ୍ରୋକ୍ୱେଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଡଃ ରମେଶ ତିନି ଦଶନ୍ଧି ଧରି ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମେଟେରିଆଲ୍ସ ଟେକ୍ନୋଲୋଜିରେ କାର୍ଯ୍ୟ କରିଥିବା ବେଳେ ସେ ୟୁଏସ୍ଏର ପିଟ୍ସବର୍ଗ ସ୍ଥିତ କାର୍ନେଗି ମେଲନ୍ ବିଶ୍ୱବିଦ୍ୟାଳୟ (୧୯୯୨-୯୩)ରୁ ଫୁଲ୍ବ୍ରାଇଟ୍ ସ୍କଲାର ଉପାଧି ସମେତ ୟୁକେ ସ୍ଥିତ ବ୍ରିଟିଶ୍ କାଉନ୍ସିଲ୍ର ଭିଜିଟର୍ସ ପ୍ରୋଗ୍ରାମ ଏବଂ ସୋସାଇଟି ଫର୍ ଇନ୍ଫରମେସନ୍ ସାଇନ୍ସ ଫେଲୋସିପ୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।

ପାଠଗାର ପରିଚାଳନା ଏବଂ କାର୍ଯ୍ୟରେ ତାଙ୍କର ୪୨ ବର୍ଷର ବୃତିଗତ ଅଭିଜ୍ଞତା ରହିଛି । ସେ ୯ଟି ପୁସ୍ତକ ସମ୍ପାଦନ କରିଥିବା ବେଳେ ୪୫ଟି ଜର୍ନାଲ୍ରେ ୧୧୦ ଟି ପେପର୍ ପ୍ରକାଶିତ କରିଛନ୍ତି । ସେହିପରି ୬୫ ଭଲ୍ୟୁମ୍ ସେମିନାର୍ ପ୍ରୋସିଡିଙ୍ଗ୍ ମଧ୍ୟ ସମ୍ପାଦନ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ପାଠଗାର ଏବଂ ସୂଚନା ବିଜ୍ଞାନ ବିଭାଗରେ ଡଃ ରମେଶଙ୍କ ତତ୍ୱାବଧାନରେ ୯ ଜଣ ପିଏଚ୍ଡି ଲାଭ କରିଥିବା ବେଳେ ୫ ଜଣ ପିଏଚ୍ଡି ସ୍କଲାର ବର୍ତମାନ ତାଙ୍କ ତତ୍ୱାବଧାନରେ ଗବେଷଣା ଚଳାଇଛନ୍ତି । ସେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଇଗ୍ନୁରେ ୨୦୦୫ରୁ ରିସୋର୍ସ ପର୍ସନ୍ ଭାବେ କାର୍ଯ୍ୟ କରୁଛନ୍ତି ।

Comments are closed.