Latest Odisha News

ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଖରାପ ହୋଇଯାଇଛି, ଏଥର ଐଶ୍ଚର୍ଯ୍ୟାଙ୍କ ପ୍ରତି ଅଭଦ୍ର ଟିପ୍ପଣୀ

କରାଚୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟରୁ ପାକିସ୍ତାନ ବିଦା ହୋଇଯାଇଛି । ଏବେ ଏହା ସେମାନଙ୍କ ବତର୍ମାନ ଓ ପୂର୍ବତନ ଖେଳାଳିଙ୍କ ମୁଣ୍ଡ ଖରାପ କରି ଦେଇଛି । ପରାଜୟକୁ ଗ୍ରହଣ କରି ନ ପାରିବା ଯୋଗୁ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି । ଏବେ ଏକ କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ଖେଳାଳି ଅବଦୁଲ ରଜାକ ଏହି ବିବାଦରେ ନିଆଁ ଲଗାଇ ଦେଇଛନ୍ତି । ରଜାକ ପିସିବିକୁ ଭାରତର ଲୋକପ୍ରିୟ ଅଭିନେତ୍ରୀ ତଥା ପୂର୍ବତନ ମିସ ୱାର୍ଲ୍ଡ ଐଶ୍ଚର୍ଯ୍ୟା ରାୟଙ୍କ ସହ ତୁଳନା କରି ଅଭଦ୍ର ଟିପ୍ପଣୀ ଦେଇଛନ୍ତି । ସେ ପରୋକ୍ଷରେ କହିଛନ୍ତି ମାଆ ଯଦି ଖରାପ ହେବ ପିଲା କିପରି ଭଲ ହେବ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ନିଜ ଦେଶରେ ମଧ୍ୟ ଏହି ଖେଳାଳିଙ୍କୁ ବିରୋଧ କରାଯାଇଛି । ରଜାକଙ୍କ ପାଖରେ ଶାହୀଦ ଆଫ୍ରିଦୀ ବସି ତାଳି ମାରୁଥିବା ଦେଖିବାକୁ ମିଳିଛି ।

ପରେ ଅବଶ୍ୟ ଆଫ୍ରିଦୀ ଏ ନେଇ ନରମ ପଡିଛନ୍ତି । ସେ କହିଛନ୍ତି ରଜାକ କଣ କହିଲେ ମୁଁ ନ ବୁଝି ତାଳି ମାରି ଦେଇଥିଲି । ପରେ ଯେତେବେଳେ ମୋ ପାଖରେ କ୍ଲିପ ପଂହଚିଲା ମୁଁ ଚିନ୍ତିତ ହୋଇ ପଡିଥିଲି । ଏହି ବୟାନ ନେଇ କ୍ଷମା ମାଗିବା ପାଇଁ ମୁଁ ରଜାକଙ୍କୁ ଫୋନ କରି କହିବି ବୋଲି ଆଫ୍ରିଦୀ କହିଛନ୍ତି । କୌଣସି ମହିଳାଙ୍କ ପ୍ରତି ଏ ଭଳି ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶୋଏବ ଅଖତାର ମଧ୍ୟ କ୍ରୋଧୀତ ହୋଇ କହିଛନ୍ତି ।

Comments are closed.