Latest Odisha News

BREAKING NEWS

ସ୍କୁଲ ପିଲାଙ୍କ ଦୀର୍ଘଦିନର ସମସ୍ୟା ଦୂର କରି ନିଆରା ଢଙ୍ଗରେ ଶିଶୁଦିବସ ପାଳିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ଫୁଟ୍ ଓଭର ବ୍ରିଜ ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜିର ଶିଶୁ କାଲିର ଭବିଷ୍ୟତ। ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ପିଲାଙ୍କ ଭବିଷ୍ୟତର ପ୍ରଥମ ସିଢି ବିଦ୍ୟାଳୟ। ତେଣୁ ସେମାନେ କିପରି ସିୁରକ୍ଷିତ ବିଦ୍ୟାଳୟ ଯିବେ ସେ ଦିଗରେ ଚିନ୍ତା କରି ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା ମୁଣ୍ଡ ମୁହାଣ ଠାରେ ଫୁଟ୍ ଓଭର ବ୍ରିଜ ଲୋକାର୍ପଣ କଲେ ଅପରାଜିତା ଷଡ଼ଙ୍ଗୀ।

ଏନେଇ ସେ କହିଛନ୍ତି, ଗତ ବର୍ଷ ଶିଶୁ ଦିବସରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଚଳିତ ବର୍ଷ ଶିଶୁ ଦିବସରେ ଏହାକୁ ଉଦଘାଟନ କରିଛନ୍ତି। ଏଥର ସେ ନିଆରା ଶିଶୁ ଦିବସ ପାଳନ କରିଛନ୍ତି। ଯାଆଁଳ ମୁଣ୍ଡ ମୁହାଣ ଠାରେ ପିଲାମାନେ ସ୍କୁଲ ଯିବାକୁ ବାରମ୍ବାର ଦୁର୍ଘଟଣା ସମ୍ମୁଖୀନ ହେଉଥିବାରୁ ଏକ ଫୁଟ୍ ଓଭର୍ ବ୍ରିଜ୍ ପାଇଁ ଗତବର୍ଷ ନିବେଦନ କରାଯାଇଥିଲା।

 

ଗତ ବର୍ଷ ଶିଶୁ ଦିବସରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଥିଲା। ଆଉ ଆଜି ଶିଶୁ ଦିବସରେ ଲୋକାର୍ପଣ କରିଥିବା ନେଇ ସାଂସଦ ଅପରାଜିତା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହାସହ ଭେଇକଲ ଅଣ୍ଡର ପାସ୍ (vehicle under pass) ମଧ୍ୟ୍ୟ ଲୋକାର୍ପଣ କରାଗଲା। ଜନ ସାଧାରଣଙ୍କ ଆବଶ୍ୟକତା ନେଇ ବିଗତ ୨୦ ବର୍ଷ ହେଲା ରହିଥିଲା ଦାବି। ଆଜି ସେହି ଦାବି ପୂରଣ ହୋଇଛି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ।

Comments are closed.