Latest Odisha News

BREAKING NEWS

ବଜ୍ରକାପ୍ତା କାତି ଡିଲ୍ ବେଳେ ୪ ଗିରଫ

ବାରିପଦା: ବଜ୍ରକାପ୍ତା କାତି ଚୋରାଚାଲଣ ବେଳେ ଚାରି ଜଣ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ପ୍ରବଳ ମାତ୍ରାରେ ବଜ୍ରକାପ୍ତା କାତି ଜବତ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରେ ।

ସୂଚନା ମୁତାବକ, ବିଶେଷସୂତ୍ରରୁ ଖବରପାଇ ବନ ବିଭାଗ କର୍ମୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଧୀନ କେନ୍ଦୁମୁଣ୍ଡି ଗ୍ରାମକୁ ଯାଇଥିଲେ । ସେଠାରେ ବଜ୍ରକାପ୍ତା କାତି ଡିଲ୍ ଚାଲିଥିବାବେଳେ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ସାମେନଙ୍କ ନିକଟରୁ ୩.୬ କିଲୋଗ୍ରାମରୁ ଅଧିକ ବଜ୍ରକାପ୍ତା କାତି ଜବତ କରାଯାଇଛି । ଏହା ସହିତ ଏକ ଅଟୋ ରିକ୍ସା, ୪ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି ।

ଗିରଫ ଚାରି ଅଭିଯୁକ୍ତ ହେଲେ ଗୌରାଙ୍ଗ ମାଙ୍ଗାଡିଆ, ମାନିକ ଦେଓଗମ, ମାଟୁ ହୋ ଓ ସଲାଇ ସିଦୁ । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତ ଠାକୁରମୁଣ୍ଡାକୁ ପଠାଇଦିଆଯାଇଛି । ଏହି ଘଟଣାରେ ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ବଜ୍ରକାପ୍ତା ଓ ତାର ଚମଡା, ମାଂସର ସବୁଠୁ ଅଧିକ ତସ୍କରୀ ହେଉଛି ।

 

Comments are closed.