Latest Odisha News

ଅଜବ ପୋକ; ଦେଖିବାକୁ ଠିକ୍ କାଠ ଖଣ୍ଡ ପରି

ୟୁରୋପ: ଦୁନିଆରେ ବିଭିନ୍ନ ପ୍ରକାରର କୀଟ ରହିଛନ୍ତି । ସେଥିମଧ୍ୟରୁ କିଛି ଦେଖିବାକୁ ଭୟଙ୍କର ହୋଇଥିବା ବେଳେ ଆଉ କିଛି ଭାରି କୌତୁକିଆ ଓ ସୁନ୍ଦର ମଧ୍ୟ ହୋଇଥାନ୍ତି । ହେଲେ ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ମଧ୍ୟ ଦେଖାଯାଆନ୍ତି । ଏବେ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କୀଟଟି ଦେଖିବାକୁ ଏକ କାଠ ଖଣ୍ଡ ପରି ।

ଏହି କୀଟଟି ହେଉଛି ବଫ୍ ଟିପ୍ । ଏହା ମୁଖ୍ୟତଃ ୟୁରୋପ ଏବଂ ଏସିଆର ପୂର୍ବ ସାଇବେରିଆରେ ଦେଖିବାକୁ ମିଳେ । ଏହା ଏମିତି ଏକ କୀଟ, ଯାହାର ରଙ୍ଗ ଏବଂ ଗଠନ ଖୁବ୍ ଆଶ୍ଚର୍ଯ୍ୟଜନକ । ଯେତେବେଳେ ଏହି କୀଟ ଗଛ ଉପରେ ରହିଥାଏ, ଏହା ଏକ କାଠ ଖଣ୍ଡ ପରି ଦେଖାଯାଏ, ଯେଉଁ କାରଣରୁ ଏହା ଶିକାରୀ କବଳରୁ ରକ୍ଷା ପାଇପାରନ୍ତି । ଯଦି ଏହି କୀଟ କୌଣସି ଶୁଖିଲା ପତ୍ର କି ବୁଦା ମଧ୍ୟରେ ଥାଏ, ତେବେ ଆପଣ ମଧ୍ୟ ଏହାକୁ ପାଇପାରିବେ ନାହିଁ । କାରଣ ଏହି କୀଟଟି ଅବିକଳ ଏକ କାଠର ଖଣ୍ଡ ପରି ଦେଖାଯାଉଛି । ଏହି କୀଟ ଉପରେ ଯେତେବେଳେ ବିପଦ ଆସେ, ଏହା ଏହାର ଆକୃତି ଏବଂ ଗଠନ ହେତୁ ଶିକାରୀ ଠାରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୁଏ । ଏହା ଏକ ଧୂସର ରଙ୍ଗର କୀଟ ହୋଇଥିବା ବେଳେ ଏହାର ଡେଣା ପ୍ରାୟ ୫୦ ମିମି ।

Comments are closed.