Latest Odisha News

୫୬ବର୍ଷ ହେବ ଜାରି ରହିଛି ଅଖଣ୍ଡ ରାମାୟଣ ପାଠ: ଭକ୍ତଙ୍କ ସହ ନିଜେ ବସି ରାମାୟଣ ଶୁଣନ୍ତି ହନୁମାନ

ଜବଲପୁର: ଭାରତ ଏକ ମନ୍ଦିର ମାଳିନୀର ଦେଶ  । ଏଠାରେ ଅନେକ ମଠ ମନ୍ଦିର ରହିଛି  । ବହୁ ଧର୍ମାବଲମ୍ବୀର ଲୋକ ଏଠାରେ ବସବାସ କରନ୍ତି  । ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଐତିହାସିକ ସ୍ଥଳୀ କୁହନ୍ତୁ ବା ମଠ ମନ୍ଦିର ବୁଲିବାକୁ ଯାଆନ୍ତି  । କିନ୍ତୁ ଏସବୁ ମନ୍ଦିର ପଛରେ ଯେଉଁ ରହସ୍ୟମୟୀ  କାହାଣୀ ଲୁଚି ରହିଛି  । ତାହା ସମସ୍ତଙ୍କୁ ଜଣାନଥାଏ  । ଆଜି ଆମେ ସେଭଳି କିଛି ମନ୍ଦିରର ଇତିହାସ ସମ୍ପର୍କରେ ଜାଣିବା  ।

ଜବଲପୁର ସୁପାତାଲରେ ଏପରି ଏକ ମନ୍ଦିର ରହିଛି  । ଯେଉଁଠି ଗତ ୫୬ ବର୍ଷ ହେବ  ଅଖଣ୍ଡ ରାମାୟଣ ପାଠ ଜାରି ରହିଛି । କିଛି କ୍ଷଣ ପାଇଁ ମଧ୍ୟ ଏହି ମନ୍ଦିରରେ ରାମାୟଣ ପାଠ ବନ୍ଦ ହୁଏ ନାହିଁ। ୧୯୬୭ ମସିହାରେ, ଯେତେବେଳେ ସନ୍ତ ଦାଦା ଭଗବାନ୍ ଜବଲପୁର ସୁପାତାଲର ଏହି ସ୍ଥାନରେ ପହଞ୍ଚିଥିଲେ, ସେତେବେଳେ ସେ ୫ ଦିନ ରାମାୟଣକୁ ପାଠ କରିବାକୁ ସ୍ଥିର କରିଥିଲେ। ଏହାପରେ ଏହି ମନ୍ଦିରରେ ଏପରି ଚମତ୍କାର ଘଟଣା ଘଟିଥିଲା, ପ୍ରଭୁ ହନୁମାନ ଜୀ ତାଙ୍କୁ ଏକ ପ୍ରେରଣା ପ୍ରଦାନ କରିଥିଲେ  । ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଏଠାରେ ରାମାୟଣ ପାଠ ଜାରି ରହିଛି  ।

ବିଶ୍ବାସ କରାଯାଏ ନିଜେ ହନୁମାନ ଏଠାରେ ଭକ୍ତ ମାନଙ୍କ ସହ ରାମାୟଣ ଶୁଣନ୍ତି । ମନ୍ଦିରର ପୂଜାରୀଙ୍କ କହିବା ମୂତାବକ  ମନ୍ଦିରରେ ରାମାୟଣ ପାଠ କରିବା ସମୟରେ ସେ ଅନୁଭବ କରନ୍ତି ଯେ ହନୁମାନ ଜୀ ନିଜେ ପ୍ରତିଦିନ ତାଙ୍କ ସହ ବସି ରାମାୟଣର ପାଠ ଶୁଣନ୍ତି। କେବଳ ଅଖଣ୍ଡ ରାମାୟଣ ପାଠ ନୁହେଁ , ଘିଅରେ ଅଖଣ୍ଡ ଜ୍ୟୋତି ମଧ୍ୟ ଜଳୁଛି ।  ଏହା ବ୍ୟତୀତ ସନ୍ଥ ଦାଦା ଭଗବାନର ଧୁନି ମଧ୍ୟ ଗତ ୫୬ବର୍ଷ ହେବ ଜଳୁଛି ।

ଏଠାରେ ଆଉ ଏକ ପରମ୍ପରା ମଧ୍ୟ ରହିଛି  । ଏଠାରେ ଯେ କେହି ବି ରାମାୟଣ ପାଠ କରିବେ  । ତାଙ୍କୁ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପୋଷାକ ପିନ୍ଧିବା ବାଧ୍ୟତାମୂଳକ  ।  ଜିନ୍ସ, ସାର୍ଟ ପରି ଆଧୁନିକ ପୋଷାକ ପିନ୍ଧି ରାମାୟଣ ପାଠ କରାଯାଇପାରିବନାହିଁ ।  କେବଳ ଧୋତି ଏବଂ କୁର୍ତ୍ତା ପିନ୍ଧି ଏହାକୁ ପାଠ କରିବାକୁ ପଡିବ । ବିଶ୍ବାସ ରହିଛି ଭକ୍ତି ସହକାରେ ଯିଏ ଏଠାରେ ଆସି ରାମାୟଣ ପାଠ କରନ୍ତି, ସେମାନଙ୍କର ସବୁ ମନବାଞ୍ଝା ପୂରଣ କରନ୍ତି ହନୁମାନ ଜି ।

Comments are closed.